ରାଜଗାଙ୍ଗପୁର: ଗଣେଶପୂଜାରେ ୧୦୦ ମେଢ଼

0

ରାଜଗାଙ୍ଗପୁର (ବିଷ୍ଣୁ ଭୌମିକ) ରାଜଗାଙ୍ଗପୁର ସହରରେ ଗଣେଶପୂଜାକୁ ନେଇ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ସହରରେ ୧୦୦ରୁ ଅଧିକ ମେଢ଼ ପୂଜା ପାଇବେ ବୋଲି ଜଣାପଡ଼ିଛି। ସେପ୍ଟେମ୍ବର ୪ରେ ମୁର୍ତ୍ତି ବିସର୍ଜନ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରଶାସନ ବେଶ୍ ତତ୍ପର ହୋଇପଡ଼ିଛି ଲିପଲୋଇସ୍ଥ କୃତ୍ରିମ ପୋଖରୀକୁ ପୌର ଉପାଧ୍ୟକ୍ଷ ମହମ୍ମଦ ଇରଫାନଙ୍କ ନେତୃତ୍ବରେ ସଫା କରାଯାଇଛି। ମୁଖ୍ୟ ବଜାର କମ୍ୟୁନିଟି ସେଣ୍ଟର, ପୌରପାଳିକା

ପାଖ ତାଲିକିପଡ଼ା, ଖାଡ଼ାଗଳି, ବଗିଚାପଡ଼ା, ଲଖୁଆପଡ଼ା, କୁଣ୍ଡୁପଡ଼ା, ଷ୍ଟେସନପଡ଼ା, ବାରୁପଡ଼ା, ଆଇଟି କଲୋନି, ମଧୁସୂଧନ କଲୋନି, ସିନେମାପଡ଼ା, ସୁଭାଷଛକ, ଓସିଏଲ କଲୋନି, ଲିପଲୋଇ, ବାବାଛକ, ଓସିଏଲ ମାର୍କେଟ୍‌ରେ ପୂଜା ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସହର ମଧ୍ୟରେ ଯାନବାହନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ବିଭିନ୍ନ ମଣ୍ଡପରେ ଇତିମଧ୍ୟରେ ସାଜସଜ୍ଜା ପ୍ରାୟ ଶେଷ ହୋଇଆସିଲାଣି।

Leave A Reply

Your email address will not be published.