ଦେଓଗାଁ ବ୍ଲକ ରେ ଆସନ୍ନ ମରୁଡି ଅଶଙ୍କା: ବିଭିନ୍ନ ପଂଚାୟତ ର କ୍ଷେତ୍ର ପରିଦର୍ଶନ କଲେ ସମରେନ୍ଦ୍ର

0

ସ୍ୱଳ୍ପବୃଷ୍ଟିି, ସାରର କଳାବଜାରି ଚାଷୀ ସମସ୍ୟାକୁ ଦ୍ୱିଗୁଣିତ କରୁଛି

ବଲାଙ୍ଗିର- ଚଳିତ ବର୍ଷ ଆରମ୍ଭ ରେ ଆଶା କରାଯାଉଥିଲା ଚାଷ ଜମିକୁ ସୁହାଇଲା ଭଳି ବର୍ଷା ହେବ କିନ୍ତୁ ପାଣି ପାଗ ତାର ଠିକ୍ ଓଲଟା ଦେଖାଦେଇଛି । ବିଶେଷ କରି ଏ ବର୍ଷ ସ୍ୱଳ୍ପ ବୃଷ୍ଟି ଯୋଗୁଁ ଦେଓଗାଁ ବ୍ଲକ ଅଂଚଳର ପ୍ରାୟତଃ ପଂଚାୟତରେ ଚାଷ ପ୍ରଭାବିତ ହେବ । କ୍ଷେତ୍ର ପରିଦର୍ଶନ ବେଳେ ଦେଖିବାକୁ ମିଳୁଛି ଚାଷ ଜମିି ପାଣି ଅଭାବରୁ ଫାଟି ଗଲାଣି । ଓଲଟା ଯେଉ କିଛି ଅଳ୍ପ ଜମିରେ ଚାଷ ହେବାର ସମ୍ଭାବନା ଅଛି ତାକୁ ବଂଚାଇବା ପାଇଁ ଦରକାର ହେଉଥିବା ସାର ଓ ଔଷଧ ନିର୍ଦ୍ଦାରିତ ମୁଲ୍ୟରୁ ବହୁ ଉଚ୍ଚ ମୁଲ୍ୟରେ ଚାଷୀ କିଣିବାକୁ ବାଧ୍ୟ ହେଉଛି । ଏକ ରେ ସ୍ୱଳ୍ପ ବୃଦ୍ଧି, ଦ୍ୱିତୀୟତଃ ସାର ଔଷଧର କଳାବଜାରି ଦେଓଗାଁ ବ୍ଲକର ଚାଷୀଙ୍କ ସମସ୍ୟାକୁ ଆହୁରି ଦ୍ୱିଗୁଣିତ କରୁଛି ବୋଲି ଆଜି କ୍ଷେତ୍ର ପରିଦର୍ଶନ ବେଳେ ଗତ ନିର୍ବାଚନ ରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି । ରାମଚନ୍ଦ୍ରପୁର, ଡୁମେରପିଟା, ସିଂହାମୁଣ୍ଡା, ଦେଷଣ୍ଢ, ବନ୍ଧପଡା ପଂଚାୟତର ବିଭିନ୍ନ ଗାଁର ଚାଷ ଜମିକୁ ସମରେନ୍ଦ୍ର ମିଶ୍ର ଗସ୍ତ କରିଥିଲେ । ସେ ଅଂଚଳର ଚାଷୀ, ସାଧାରଣ ଜନତା ଙ୍କ ସହ ଚାଷ ଜମିକୁ ଯାଇ ଚାଷ ସ୍ଥିତି ବିଷୟରେ ଲୋକଙ୍କ ସହ ଆଲୋଚନା କରିଥିଲେ । ସେଠାରେ ଦେଖିବାକୁ ମିଳିଥିଲା ପ୍ରାୟତଃ ଚାଷ ଜମି ପାଣି ଅଭାବରୁ ଫାଟି ଗଲାଣିି, କିଛି ଅଂଚଳରେ ଲୋକେ ହତାଶ ହୋଇ ଜମିକୁ ମଧ୍ୟ ଯିବାର ବନ୍ଦ କରିଦେଲେଣି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ତଥା ତାଙ୍କର ଚାଷ ସମ୍ବନ୍ଧୀୟ ବିଭାଗ ଗୁଡିକର କୌଣସି ଅଧିକାରୀ ଏ ବିଷୟରେ କୌଣସି ପ୍ରକାର ପଦକ୍ଷେପ ନେଇ ନାହାନ୍ତି ବୋଲି ଉପସ୍ଥିତ ଚାଷୀ ଅଭିଯୋଗ କରିଛନ୍ତି । କ୍ଷେତ୍ର ପରିଦର୍ଶନ ବେଳେ ଦେଖାଯାଇଛି ଯେ କିଛି କିଛି ଜାଗାରେ ହୋଇଥିବା ଚାଷ ର ଯତ୍ନ ପାଇଁ ଦରକାର ହେଉଥିବା ସାର ଓ ଔଷଧ ମିଳୁ ନାହିଁ । ଯଦି ମିଳୁଛି ତାହା ସରକାରୀ ଧାର୍ଯ୍ୟ ମୁଲ୍ୟରୁ ବହୁତ ଉଚ୍ଚା ଦରରେ । ଏପରି ସାରର କଳାବଜାରି ଚାଷୀ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହେଉଛି ବୋଲି ସମରେନ୍ଦ୍ର ମିଶ୍ର କ୍ଷୋଭର ସହ କହିଛନ୍ତି । ଏହି ସମସ୍ୟାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହିତ ସେ ଆଲୋଚନା କରିବେ ବୋଲି ଉପସ୍ଥିତ ଚାଷୀମାନଙ୍କୁ ନିର୍ଭର ପ୍ରତିଶୃତି ଦେଇଛନ୍ତି । ସମରେନ୍ଦ୍ର ଙ୍କ ଏହି ଗସ୍ତ ସମୟରେ କଂଗ୍ରେସ ନେତା ରାମଜୀ ଚୌଧୁରୀ, ଯୋଗେଶ୍ୱର ସାହୁ, କାନ୍ତେଶ୍ୱର ପ୍ରଧାନ, ଅସୀତ ମିଶ୍ର, ଭକ୍ତ ଧରୁଆ, ବିମଳ ସାହୁ, ଜୁଗନ ପଧାନ, ନୟନ ମିର୍ଦ୍ଧା, ପ୍ରଦୋଶ ପାଣିଗ୍ରାହୀ, ଲାଲୁ ପ୍ରଧାନ, ଲିଟନ ହୋତା, ରାଧାକାନ୍ତ ପଟେଲ, ରମେଶ ଚନ୍ଦନ ଙ୍କ ସମେତ ଅନେକ ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.