ଗଜପତି ବ୍ରାହ୍ମଣ ମହା ସଙ୍ଘ ବୈଠକ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ବ୍ରାହ୍ମଣ ମହାସଙ୍ଘ ର ଶାଖା ଗଜପତି ବ୍ରାହ୍ମଣ ମହାସଂଘ ର ଏକ ବୈଠକ ପାରଳାଖେମୁଣ୍ଡି ର ଶ୍ରୀ ଶୈଳମ କଲ୍ୟାଣ ମଣ୍ଡପ ଠାରେ ଉପାନ୍ତ ପ୍ରହରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ବୈଠକ ରେ ନୂତନ ସଭ୍ୟ ସଂଗ୍ରହ , ବ୍ଲକସ୍ତର ସଂଗଠନ ଓ ଜିଲ୍ଲାସ୍ତର ର କାର୍ଯ୍ୟକ୍ରମ ନିମନ୍ତେ ବ୍ରାହ୍ମଣ ଦେବତା ମାନେ ମତ ପ୍ରକାଶ କରିଥିଲେ। ଗତ ତା -୦୩/୦୮/୨୦୨୫ରିଖ ରେ ବଡ଼ ରାଧାକାନ୍ତ ମଠ ରେ ଅନୁଷ୍ଠିତ ବୈଠକ ରେ ରାଜ୍ୟ କାର୍ଯ୍ୟକାରିଣୀ ର ବ୍ରାହ୍ମଣ ଦେବତା ମାନଙ୍କ ଉପସ୍ଥିତି ରେ ଆଲୋଚ୍ୟ ବିଷୟ ଚୁମ୍ବକ ରେ ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ ପ୍ରଦାନ କରିଥିଲେ।
ସର୍ବସମ୍ମତି କ୍ରମେ ଏକ ଅସ୍ଥାୟୀ କମିଟି ନିମ୍ନ ମତେ ଗଠନ କରାଗଲା। ଉପଦେଷ୍ଟା – ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ସଭାପତି – ଶ୍ରୀ ଅଶ୍ଵିନୀ କୁମାର ପାଢ଼ୀ , ଉପସଭାପତି – ଶ୍ରୀ ଶ୍ୟାମସୁନ୍ଦର ଗନ୍ତାୟତ , ସମ୍ପାଦକ – ଶ୍ରୀ ସିଦ୍ଧେଶ୍ୱର ମିଶ୍ର ଓ ସହ ସମ୍ପାଦକ – ଶ୍ରୀ ପ୍ରମୋଦ ଚନ୍ଦ୍ର ପାଢ଼ୀ। ଆଗାମୀ ତା – ୩୧/୦୮/୨୦୨୫ ରିଖ ରେ ପୁନଃ ବୈଠକ ବସିବାକୁ ସ୍ଥିର କରାଯାଇଛି।

Leave A Reply

Your email address will not be published.