ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜୟ ଭାରତ , ଜୟ ବିଜ୍ଞାନଶଅନ୍ଧାରୀ ମୂଳକରେ ପହଞ୍ଚି ଆମେ ଆଲୁଅ ଜାଳିଲୁ। ଯେଉଁଠି ଚନ୍ଦ୍ରଯାନ-୩ ଅବତରଣ କଲା , ସେହି ସ୍ଥାନର ନାମ ଶିବଶକ୍ତି।
୨୦୨୩ ଅଗଷ୍ଟ ୨୩ତାରିଖରେ ଚନ୍ଦ୍ରରେ ଅବତରଣ କରିବାରେ ଭାରତ ଚତୁର୍ଥ ଏବଂ ଦକ୍ଷିଣ ମେରୁ ଅଞ୍ଚଳରେ ପହଞ୍ଚିବାରେ ପ୍ରଥମ ଦେଶ ହୋଇଛି। ଏହି ଐତିହାସିକ ସଫଳତାକୁ ମନେପକାଇ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ଜାତୀୟ ମହାକାଶ ଦିବସ ପାଳନ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ଛାତ୍ରବାସ ପରିସରରେ ଅନ୍ତେବାସୀଙ୍କ ପ୍ରତିନିଧି ସୁନୀଲ ରଇତଙ୍କ ସହଯୋଗରେ ହୋଇପାରିଛି। ଏଥିରେ କେନ୍ଦ୍ର ସଯୋଜକ ନିତ୍ୟାନନ୍ଦ ଚୌଧୁରୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଯୁବପୀଡ଼ି ମାନଙ୍କୁ ମାର୍ଗଦର୍ଶନ କରିଥିଲେ।
Sign in
Sign in
Recover your password.
A password will be e-mailed to you.