ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଭେଟିଲେ ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟିର କୋର୍ କମିଟି ଟିମ୍।
ଗଜପତି ଜିଲ୍ଲା ପାରଳଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଓ ମୋହନା ନିର୍ବାଚନ ମଣ୍ଡଳୀ ସମସ୍ତ ମଣ୍ଡଳ ସଭାପତି ମାନଙ୍କ ସମେତ ଜିଲ୍ଲା ସଭାପତି ନବ କିଶୋର ଶବର , ପୂର୍ବତନ ପାରଳାଖେମୁଣ୍ଡି ବିଧାୟକ ତଥା ଜିଲ୍ଲା ସଭାପତି କେ.ନାରାୟଣ ରାଓ ତଥା ମୋହନା ନିର୍ବାଚନ ମଣ୍ଡଳୀ ର ଦଳୀୟ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକ ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ସାକ୍ଷାତ କରି ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ରହିଥିବା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।
ତତ୍ ସଙ୍ଗେ ସଙ୍ଗେ ବିଗତ କିଛି ଦିନ ହେଲା ଜିଲ୍ଲା ରେ କିଛି ଦଳୀୟ କର୍ମୀ ଦଳରେ ରହି ବିଶୃଙ୍ଖଳା ସୃଷ୍ଟି କରୁଥିବା ଯୋଗୁଁ ଜିଲ୍ଲା କୋର୍ କମିଟି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ ଯାହାକୁ ମୁଖ୍ୟମନ୍ତ୍ରୀ ସଠିକ ସମୟରେ ସଠିକ୍ ପଦକ୍ଷେପ ନେଇ ସମ୍ମତି ପ୍ରକାଶ ସହ ଆଗାମୀ ଦିନରେ ଦଳକୁ ଅଧିକ ଶୃଙ୍ଖଳିତ ଭାବେ ସୁଦୃଢ଼ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ସମସ୍ତଙ୍କୁ ଉପଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପରେ ସମସ୍ତ ଦଳୀୟ ନେତା ରାଜ୍ୟ କାର୍ଯ୍ୟାଳୟ ଠାରେ ସାଂଗଠାନିକ ସମ୍ପାଦକ ମାନସ ମହାନ୍ତି ଓ ସାଧାରଣ ସମ୍ପାଦକ ଶାରଦା ପ୍ରାସାଦ ଶତପଥୀ ଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମ ଓ ପଦକ୍ଷେପ ନେଇ ଅବଗତ କରାଇଥିଲେ।
ଉଭୟେ ସମ୍ପାଦକ ସମସ୍ତ ଜିଲ୍ଲା ନେତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଃସ୍ଵାର୍ଥପର ଭାବେ ଦଳ ପାଇଁ କାର୍ଯ୍ଯ କରିବାକୁ କହିଥିଲେ। ଏହି ଅବସରରେ ବିଭିନ୍ନ ମଣ୍ଡଳ ସଭାପତି ଙ୍କ ସମେତ ବିଭିନ୍ନ ବ୍ଲକସ୍ତରୀୟ ନେତା ଙ୍କ ସମେତ ଦଳୀୟ ପଦାଧିକାରୀ , କାର୍ଯ୍ୟକାରିଣୀ ସଦସ୍ୟ , ଯୁବ ମୋର୍ଚ୍ଚା ସଭାପତି , ସାଂସଦ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.