ଓଡ଼ଗାଁ,୨୩।୮(ଶ୍ରୀକାନ୍ତ କୁମାର ମିଶ୍ର) : ଭାଦ୍ରବ ମାସର ସପ୍ତପୁରୀ ଅମାବାସ୍ୟା ବା କୁଶଗ୍ରହଣୀ ଅମାବାସ୍ୟା ନାମରେ ପାଳନ କରାଯାଏ । ଶନିବାର ଓଡ଼ଗାଁ ବିଜେ ଶ୍ରୀ ରଘୁନାଥ ଜିଉଙ୍କ ପୀଠରେ ସପ୍ତପୁରୀ ଅମାବାସ୍ୟା ପାଳିତ ହୋଇଯାଇଛି । ସକାଳର ଦୈନଦିନ ସମସ୍ତ ନୀତିକାନ୍ତି ପରେ ମଧ୍ୟାହ୍ନ ପହୁଡ଼ ପଡ଼ିଥିଲା । ସନ୍ଧ୍ୟା ସମୟରେ ସମସ୍ତ ନିତିକାନ୍ତି ସହିତ ସାନ୍ଧ୍ୟ ଭୋଗ ଲାଗି କରାଯିବା ପରେ ସାଧାରଣ ଦର୍ଶନ ପାଇଁ ଦ୍ଵାର ଫିଟିବା ସହିତ ପାଳିଆ ପଣ୍ଡା ବେଣୁଧର ନନ୍ଦ ଶ୍ରୀଜୀଉ ମାନଙ୍କୁ ଆଳତୀ ଲାଗି କରିଥିଲେ। ସନ୍ଧ୍ୟା ସମୟରେ ରୋଷଘର ସମସ୍ତ ଶୋଧନ ନିତି ପରେ ପାଳିଆ ସୃପକାରଙ୍କ ଦ୍ଵାରା ୭ ପ୍ରକାରର ପୂରଦେଇ ଶହେ ବାଡ କାକରା ପ୍ରସ୍ତୁତ କରିବା ପରେ କୋଠ ସୁଆର ଆଣି ଶ୍ରୀଜୀଉଙ୍କ ନିକଟରେ ଲାଗି କରିଥିଲେ । ଏବଂ ପୂଜାପଣ୍ଡା ଷୋଡ଼ଶ ଉପଚାରରେ ପୂଜାକରି ନୈବେଦ୍ୟ ଅର୍ପଣ କରିବା ସହିତ ଆଳତୀ ଓ ବନ୍ଦାପନା କାର୍ଯ୍ୟ ସରିଥିଲା ।
ପରବର୍ତ୍ତୀ ସମୟରେ ବେଢାରେ ଥିବା ଦେବାଦେବୀଙ୍କ ନିକଟରେ କାକରା ଭୋଗ ଲାଗି ହୋଇଥିଲା । ଭୋଗ ସମସ୍ତ ନୀତି ପରେ ରାତି ୯.୩୦ ପରେ ଦୈନଦିନ ବଡ ସିଂହାର ଭୋଗ ଓ ଆଳତି ନୀତି ସମ୍ପନ୍ନ ହୋଇ ଶ୍ରୀ ଜୀଉମାନଙ୍କୁ ପହୁଡ଼ କରାଯାଇଥିଲା । ଆଜିର ଏହି ସ୍ୱତନ୍ତ୍ର ନୀତି ଦର୍ଶନ ନିମନ୍ତେ ପୂଜକ ପରିଷଦ ସଭାପତି ପ୍ରଫୁଲ୍ଲ ମହାପାତ୍ରଙ୍କ ସହିତ ଅନ୍ୟମାନେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ କରାଇଥିଲେ । ସେହିପରି କୁରାଳ ବିଜେ ଶ୍ରୀ ଦଧିବାମନ ଜୀଉ ଓ ଭାଗବତ ଜୀଉଙ୍କ ପୀଠରେ ମଧ୍ୟ ସପ୍ତପୂରୀ ଅମାବାସ୍ୟା ନୀତି ବିଦ୍ଧିବିଧାନ ପୂର୍ବକ ପାଳିତ ହୋଇଯାଇଛି ।
Sign in
Sign in
Recover your password.
A password will be e-mailed to you.