ଖୋରଧା ଟାଙ୍ଗୀ କୁ ଏନ୍.ଏ.ସି.ଘୋଷଣା ଦାବି ରେ ଏକଜୁଟ ହେଲେ ଅଞ୍ଚଳବାସୀ

0 2

ଆସନ୍ତା ସୋମବାର ଦେବେ ଦାବିପତ୍ର

ଖୋର୍ଦ୍ଧାରୁ (ସେକ ଜାଫର ): ପୂର୍ବ ସରକାର ଟାଙ୍ଗୀ କୁ NAC ଘୋଷଣା କରିଥିଲେ,,, ହେଲେ ନୂତନ ସରକାର ଆସିବା ପରେ ଏଦିଗରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ପବିତ୍ର ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ୨୧ ଗୋଟି NAC ଘୋଷଣା କରିଥିବା ବେଳେ ମାତ୍ର ନୂତନ ଭାବେ ୧୨ ଟି NAC ର ବିଜ୍ଞପ୍ତି ପ୍ରକାଶ ପାଇଲା । ଏହି ୧୨ ଟି NAC ତାଲିକା ରେ ଟାଙ୍ଗୀ ର ନାଁ ନାହିଁ ,,ତେଣୁ ଟାଙ୍ଗୀ ବାସୀଙ୍କ ମନରେ ଏ ନେଇ ନୈରାଶ୍ୟ ଭାବ ଦେଖା ଦେଇଛି, ଏହି ଘଟଣା କୁ ନେଇ ଆଜି ଟାଙ୍ଗୀ ବିଜେଡି ପକ୍ଷରୁ ଟାଙ୍ଗୀ ରତ୍ନମାଳୀ ମନ୍ଦିର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକ ରେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର,ସମବାୟ ନେତା ମହେନ୍ଦ୍ର କୁମାର ସାହୁ, ପୂର୍ବତନ ସମିତି ସଭ୍ୟ ନୀଳକଣ୍ଠ ବେହେରା,ଶାନ୍ତନୁ ବେହେରା,ପୂର୍ବତନ ସରପଞ୍ଚ ଅଶୋକ ମହାପାତ୍ର, ବିଜେଡି ସଂଗଠକ ପ୍ରଦୀପ ମହାପାତ୍ର , ରମେଶ ବେହେରା, ମାନସ ବଳିଆରଶିଂ, ସଞ୍ଜୟ ହରିଚନ୍ଦନ, ବୁଲୁ ରାଉତ,ଉପେନ୍ଦ୍ର ସାହୁ, କଳିଙ୍ଗ ବିଶ୍ଵାଳଙ୍କ ସହ ବହୁ ୱାର୍ଡ ମେମ୍ବର ଓ ଟାଙ୍ଗୀ ଅଂଚଳ ର ବହୂ ବିଜେଡି ନେତା କର୍ମୀ ଯୋଗଦେଇ ରାଜ୍ୟ ସରକାର ଯେଭଳି ପାତର ଅନ୍ତର ନୀତି ଟାଙ୍ଗିବାସୀଙ୍କ ପ୍ରତି ଆପଣେଇ ଛନ୍ତି ତାହାକୁ ନେଇ ସମସ୍ତେ ଉଦବେଗ ପ୍ରକାଶ କରିଛନ୍ତି ।ଏହା ସହ ବିଜେଡି ପକ୍ଷରୁ
ଆସନ୍ତା ୨୫ ତାରିଖ ସୋମବାର ଦିନ ଟାଙ୍ଗୀ କୁ NAC ଘୋଷଣା କରିବା ଦାବିରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଟାଙ୍ଗୀ ବିଡ଼ିଓ ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯିବା ପାଈଁ ନିଷ୍ପତି ଗ୍ରହଣ କରା ଯାଇଛି ।ସୋମବାର ଦିନ ବହୂ ସଂଖ୍ୟା ରେ ବିଜେଡି କର୍ମୀ ଓଡ଼ିଆ ନେତା ଙ୍କ ସହ ଟାଙ୍ଗୀ ର ସାଧାରଣ ଜନତା, ବୁଦ୍ଧିଜୀବୀ, ବ୍ୟବସାୟୀ, ଓକିଲ ବନ୍ଧୁ ଓ ଯୁବକ ମାନେ ସାମିଲ ସାମିଲ ହୋଇ ଟାଙ୍ଗୀ ମଧୁ ମଙ୍ଗଳ ପଡିଆ ଠାରୁ ଶୋଭାଯାତ୍ରା ରେ ବାହାରି ବ୍ଲକ ଅଫିସ ପର୍ଯ୍ୟନ୍ତ ଯିବେ ଓ ଶାନ୍ତିପୂର୍ଣ ଭାବେ ଟାଙ୍ଗୀ ବିଡ଼ିଓ ଙ୍କୁ ଦାବି ପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।ତେଣୁ ଟାଙ୍ଗୀ ର ସ୍ୱାଭିମାନ ପାଇଁ ଏଥିରେ ସମସ୍ତେ ସହଯୋଗ କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମଚନ୍ଦ୍ର ମହାପାତ୍ର ନିବେଦନ କରିଛନ୍ତି ।

Leave A Reply

Your email address will not be published.