ବ୍ୟାସନଗର ,ତା୨୩/୮: ଜିଲ୍ଲା ଲେଖିକା ସଂସଦ ଆନୁକୁଲ୍ୟରେ ସଭାପତି ହିରଣ୍ମୟୀ ମହାନ୍ତି ଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ “ବର୍ଷା କଵିତା” ଆସର ଅନୁଷ୍ଠିତ ହୋଇଯାଇଅଛି। ସମ୍ପାଦିକା ଵ୍ରଜେଶ୍ଵରୀ ସିଂ ଆଗାମୀ ବାର୍ଷିକ ଉତ୍ସବ ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦ ର ସୁପରିଚାଳନା ପାଇଁ ସଦସ୍ୟା ମାନେ ପ୍ରସ୍ତାବ ଉପସ୍ଥାପନା କରିଥିଲେ। ଏହା ଉପରେ ବିସ୍ତୃତ ଆଲୋଚନା ହୋଇ ଆଗାମୀ ବୈଠକ ରେ ନିଷ୍ପତ୍ତି ନିଆଯିବ ବୋଲି ସ୍ଥିର ହୋଇଥିଲା। ସଂସଦ ର ମୂଖପତ୍ର “ପୂର୍ବରାଗ”ନିମନ୍ତେ ଲେଖା ସଂଗ୍ରହ ଆରମ୍ଭ କରାଯିବା ପାଇଁ ସ୍ଥିର ହୋଇଥିଲା। ଆଲୋଚନା ର ପରବର୍ତ୍ତୀ ସମୟରେ ଏକ ମନୋମୁଗ୍ଧକର ପରିବେଶ ସୃଷ୍ଟି କରିଥିଲା ସଦସ୍ୟା ମାନଙ୍କର ବର୍ଷା କଵିତା ଆବୃତ୍ତି। କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ସଦସ୍ୟା ନିରୁପମା ସ୍ବାଇଁ, ବିନୋଦିନୀ ଦାଶ, ଧରିତ୍ରୀ ଦାସ, ରାଜଶ୍ରୀ ପରିଡ଼ା, ମଞ୍ଜୁଲତା ନାୟକ, ଜଳ୍ପନା ପଣ୍ଡା, ମଧୁସ୍ମିତା ନାୟକ, ସରୋଜିନୀ ପତି, ଜୟନ୍ତୀ ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ଗାୟତ୍ରୀ ନାୟକ, ପ୍ରତିଭା ପାତ୍ର, ଅଶାନ୍ତି ସାମଲ, ଅନୁପମା ରଣା , ସବିତା ମିଶ୍ର,ନୀଳିମା ମହାନ୍ତି,ଲିପିକା ବେହେରା, ଡଃ ପ୍ରଜ୍ଞା ପ୍ରଵର୍ତ୍ତିକା ଦାଶ,ଲଵଙ୍ଗଲତା ପରିଡ଼ା ପ୍ରମୁଖ। ଶେଷରେ ସହ ସମ୍ପାଦିକା ପ୍ରମୋଦିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post