ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଦଳୀୟ ବିଶୃଙ୍ଖଳା ଓ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଗଜପତି ଜିଲ୍ଲା ବିଜେପି ସଭାପତି ସିଦ୍ଧେଶ୍ୱର ମିଶ୍ର ଓ ଗୁମ୍ମା ବ୍ଲକ୍ କୁଜାସିଂ ପଞ୍ଚାୟତର ପୂର୍ବତନ ସରପଞ୍ଚ କାହ୍ନୁ ଚରଣ ଭୂୟାଁଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏନେଇ ଗଜପତି ଜିଲ୍ଲା ବିଜେପି ସଭାପତି ନବ କିଶୋର ଶବର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ଗତ ନିର୍ବାଚନ ସମୟରେ ଉଭୟେ ଦଳରେ ଥାଇ ଅନ୍ୟ ଦଳର ପ୍ରାର୍ଥୀଙ୍କୁ ସହାୟତା କରିଥିଲେ। ସେହିପରି ନିର୍ବାଚନ ପରେ ମୋହନାରେ ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଧରି ବିଭିନ୍ନ ଦଳ ବିରୋଧୀ କାର୍ଯ୍ୟ ଓ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ କାର୍ଯ୍ୟକର୍ତ୍ତା ଙ୍କୁ ଦୁର୍ବ୍ୟବହାର ଓ ଦଳ ନା ରେ ଅଫିସରଙ୍କୁ ଦୁର୍ବ୍ୟବହାର କରୁଥିଲେ। ତେଣୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ବର୍ତ୍ତମାନ ଉଭୟ ସିଦ୍ଧେଶ୍ୱର ଓ କାହ୍ନୁ ଦଳର କୌଣସି ପଦପଦବୀରେ ନାହାନ୍ତି ବୋଲି ସଭାପତି ଶ୍ରୀ ଶବର କହିଛନ୍ତି।
ସାମ୍ୱାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଓ ମୋହନା ନିର୍ବାଚନ ମଣ୍ଡଳୀ ପ୍ରାର୍ଥି ପ୍ରଶାନ୍ତ ମଲ୍ଲିକ ଓ ଜିଲ୍ଲା ର ସବୁ ମଣ୍ଡଳ ର ସଭାପତି ଙ୍କ ସମେତ ବିଭିନ୍ନ ଦଳୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.