ହିଂସ୍ର ଦନ୍ତା ହାତୀକୁ ସ୍ଥାନାନ୍ତର ପାଇଁ ଘୁ.ଉଦୟଗିରିରେ 12 ଘଣ୍ଟିଆ ବନ୍ଦ ଡାକରା

2

 ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାର ଓ ବିଡିଓଙ୍କୁ ଦାବି ପତ୍ର ପ୍ରଦାନ

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ/ଦେବେନ୍ଦ୍ର ନାୟକ): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ l ଯାହାକି ଯାହାକି ଏକ ଉଚ୍ଚ ଉଚ୍ଚ ପାହାଡ଼ ଘେରା ସମତଳ ଅଞ୍ଚଳରେ ଅବସ୍ଥିତ l ସେଥିପାଇଁ ଏହି ଅଞ୍ଚଳରେ ବନ୍ୟ ଜନ୍ତୁଙ୍କ ଚଳ ପ୍ରଚଳ ମଧ୍ୟ ଲାଗି ରହି ଥାଏ l ଦୀର୍ଘ ଦିନ ହେବ ଘୁ.ଉଦୟଗିରି ବାସୀଙ୍କ ପାଇଁ ହାତୀ ଉପଦ୍ରଵ ବଡ଼ ସମସ୍ୟା ଭାବେ ଉଭାନ ହୋଇଛି l କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ୩ ବର୍ଷ ହେବ ହାତୀ ଉପଦ୍ରବ ବଢ଼ିବା ସହ ହିଂସ୍ର ଦନ୍ତା ହାତୀ ଗୋଟିଏ ପରେ ଗୋଟିଏ ଉପଦ୍ରଵ କରିବାରେ ଲାଗିଛି l ଏହି ହାତୀ ଆକ୍ରମଣରେ ମନୁଷ୍ୟ ଓ ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇଛି । ଉକ୍ତ ହିଂସ୍ର ଦନ୍ତା ହାତୀକୁ ସ୍ଥାନୀୟ ଅଞ୍ଚଳରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ୪ ଦଫା ଦାବି ପୂରଣ ପାଇଁ ଅଞ୍ଚଳବାସୀଙ୍କ ତରଫରୁ ମଙ୍ଗଳବାର ସକାଳ ୬ ଘଣ୍ଟିକା ଠାରୁ ସନ୍ଧ୍ୟା ୬ ଘଣ୍ଟିକା ପର୍ଯ୍ୟନ୍ତ ଘୁ.ଉଦୟଗିରି, କଳିଙ୍ଗା ବନ୍ଦ ପାଳନ ଶାନ୍ତି ଶୃଙ୍ଖଳାର ସହ ସରିଛି । ବନ୍ଦ ଡାକରାରେ ସ୍ଥାନୀୟ ସହରର ସମସ୍ତ ଦୋକାନ ବଜାର ସରକରୀ ବେସରକାରୀ ଅନୁଷ୍ଠାନ ଓ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ବନ୍ଦ ପାଳନ ବେଳେ ଶତାଧିକ ମହିଳା ପୁରୁଷ ସ୍ଥାନୀୟ ହାଟ ପଦା ଠାରୁ ଏକ ଶାନ୍ତି ପୂର୍ଣ୍ଣ ରାଲିରେ ବାହାରି ହିଂସ୍ର ଦନ୍ତା ହାତୀକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା, ହାତୀ ଉପଦ୍ରବ ସମସ୍ତ ଗ୍ରାମ ଗୁଡ଼ିକରେ ସୋଲାର ଲାଇଟ୍ ଲଗାଇବା, ହାତୀ ଉପଦ୍ରବରେ କ୍ଷୟ କ୍ଷତି ହୋଇଥିବା ଜମି ପଟା ଥିବା ଓ ପଟା ନଥିବା କ୍ଷତିଗ୍ରସ୍ତ ପରିବାରକୁ ତୁରନ୍ତ କ୍ଷତି ପୁରଣ ପ୍ରଦାନ କରିବା ଓ କନ୍ଧମାଳ ଜିଲ୍ଲାରେ ତୁରନ୍ତ ସ୍ଥାୟୀ “ରକ୍ଷକ ଦଳ” ବା ରାପିଡ୍ ରେସପୋନସ ଟିମ୍ ନିଯୁକ୍ତି କରିବା ପ୍ରମୁଖ ୪ ଦଫା ଦାବି ପତ୍ର ମାନ୍ୟବର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ସାହୁ ଓ ବିଡିଓ ଶରତ ଚନ୍ଦ୍ର ମଲ୍ଲିକଙ୍କୁ ପ୍ରଦାନ କରିଥିଲେ । ସୂଚନା ଅନୁସାରେ ହିଂସ୍ର ଦନ୍ତା ହାତୀ ଆକ୍ରମଣ ଯୋଗୁଁ ଅଞ୍ଚଳ ବାସି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଗତ ୨ ମାସ ହେଲା ଦନ୍ତା ହାତୀ ହିଂସ୍ର ହୋଇ ଲୋକଙ୍କ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ବ୍ୟାପକ କ୍ଷୟ କ୍ଷତି କରୁଛି । ଦୁର୍ଭାଗ୍ୟର ବିଷୟ ସ୍ଥାନୀୟ ଅଞ୍ଚଳର ୩ ଜଣ ଲୋକଙ୍କୁ ଦଳି ଚକଟି ମାରିଦେଇଛି l ଏହା ସହ ଏପର୍ଯ୍ୟନ୍ତ ପ୍ରାୟ ୯ ଟି ଗାଈକୁ ମାରି ସାରିଛି । ହାତୀ ଆକ୍ରମଣରେ ନୟାନ୍ତ ଅଞ୍ଚଳ ବାସି l ହିଂସ୍ର ହୋଇଥିବା ଦନ୍ତା ହାତୀକୁ ଏଠାରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ବନ ବିଭାଗ ଓ ଜିଲ୍ଲାପାଳଙ୍କୁ ଅଞ୍ଚଳ ବାସୀ ବାରମ୍ବାର ଅନୁରୋଧ କରିଥିଲେ ମଧ୍ଯ କୌଣସି ସୁଫଳ ମିଳିପାରିନାହିଁ । ଯାହା ଫଳରେ ଅଞ୍ଚଳ ବାସିଙ୍କ ଜୀଵନ ଜୀବିକା ଉପରେ ଏହାର ପ୍ରଭାବ ପଡ଼ୁଛି ଥିବା କହିଛନ୍ତି ଅଞ୍ଚଳ ବାସୀ l ହାତୀ ଉପଦ୍ରଵରେ ଧନ ଜୀବନ ଗାଈ, ଗୋରୁ, ଫସଲ, ଘରଦ୍ୱାର ନଷ୍ଟ ହେବାରେ ଲାଗିଛି । ଏହାର ପ୍ରତିକାର ପାଇଁ ସ୍ଥାନୀୟ ଅଞ୍ଚଳ ବାସି ମଙ୍ଗଳବାର ଶହ ଶହ ମହିଳା ପୁରୁଷ ଏକତ୍ରୀତ ହୋଇ ରାଲି କରିବା ସହ ବନ୍ଦ ଡାକରା ଦେଇଥିଲେ । ବନ୍ଦ ବେଳେ ସ୍ଥାନୀୟ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ତତ୍ତ୍ଵାବଧାନରେ ମହିଳା ଓ ପୁରୁଷ ପୁଲିସ କର୍ମଚାରୀ ସହରର ବିଭିନ୍ନ ସ୍ଥାନରେ ରହି ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିଥିଲେ l ଆଜିକାର ଏହି ବନ୍ଦ ଡାକରା ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଛି ।

Leave A Reply

Your email address will not be published.