କର୍ମ ନିୟୋଜନ ତଥା ଦକ୍ଷତା ବିକାଶ ନିର୍ଦ୍ଦେଶକ ଏବଂ ସି ଈ ଓ, ଓ ଏସ ଡି ଏ ଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତ ଓ ସମୀକ୍ଷା ବୈଠକ

2

ନବରଙ୍ଗପୁର,୧୯/୮/ ୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ, ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ନିୟୋଜନ ନିର୍ଦ୍ଦେଶକ ତଥା ଓଏସଡି ଏ  ସି ଇଓ,   ଜିଲ୍ଲା ପାଇଁ ନିଯୁକ୍ତ ନୋଡାଲ ଅଧିକାରୀ ରଶ୍ମିତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ ମହେଶ୍ବର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ( ସାଧାରଣ )ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ଵ)ବିଶ୍ୱଜିତ୍ ବର୍ମନ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ପ୍ରଥମେ ଜିଲ୍ଲାପାଳ ସମସ୍ତଙ୍କୁ  ସ୍ଵାଗତ କରିଥିଲେ।  ଜିଲା ନୋଡାଲ ଅଧିକାରୀ ଶ୍ରୀମତୀ ପଣ୍ଡା ବିଭିନ୍ନ ବିଭାଗୀୟ ଯୋଜନାର ସମୀକ୍ଷା କରିଥିଲେ । ସମୀକ୍ଷାରେ ନବରଙ୍ଗପୁର ମହାବିଦ୍ୟାଳୟ ଓ ମଡେଲ ଡିଗ୍ରୀ କଲେଜର କତୃପକ୍ଷଙ୍କୁ  ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଜୀବିକା ପରାମର୍ଶ ଓ ନିଯୁକ୍ତି ଅବସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ସ୍ୱାସ୍ଥ୍ୟ ବିଭାଗର ଆୟୁଷ୍ମାନ ଭାରତ ଏବଂ ବୟୋ ବନ୍ଦନା କାର୍ଡ ବିତରଣ, ଗ୍ରାମୀଣ ପାନୀୟ ଜଳ ଯୋଗାଣ  ବିଭାଗ ର ମେଗା ପାନୀୟ ଜଳ ଯୋଜନାରେ  ଗାଁ ଅନ୍ତର୍ଭୁକ୍ତ, ପ୍ରତ୍ୟେକ ଘରକୁ ପିଇବା ପାଣି ଏବଂ ହର ଘର ଜଳ,ଶିକ୍ଷା ବିଭାଗର  ଛାତ୍ର ଛାତ୍ରୀ ଙ୍କ ପାଠ ସହ ଜୀବିକା ପରାମର୍ଶ, ମେଟ୍ରିକ୍ ପାସ୍ ହାର,  ପି ଏମ୍ ଶ୍ରୀ ବିଦ୍ୟାଳୟ, ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ, ଜିଲା ଶିକ୍ଷା ବିଭାଗ ପକ୍ଷରୁ ନୂତନ ଭାବେ ଗଣ୍ଡି ଓ ଭତରା ଭାଷାରେ ପ୍ରାରମ୍ଭିକ ସ୍ତରରେ ଶିକ୍ଷା ପ୍ରଣାଳୀ ପ୍ରକଳ୍ପକୁ ଭିଡିଓ ମାଧ୍ୟମରେ ପ୍ରଦର୍ଶନ ଉପରେ ପଚାରି ବୁଝିଥିଲେ ।  ଜିଲା ଶିଳ୍ପ କେନ୍ଦ୍ର ମାଧ୍ୟମରେ ନବରଙ୍ଗପୁର ଜିଲ୍ଲାର ଭାମିନି ଠାରେ ଥିବା  ମକା ପ୍ରସେଶିଂ ୟୁନିଟ କାର୍ଯ୍ୟକ୍ଷମ ନେଇ ପଚାରି ବୁଝିଥିଲେ । ଉଦ୍ୟାନ କୃଷି ବିଭାଗର ଷ୍ଟବେରି ଚାଷ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗୀଙ୍କ ସଫଳତା ଉପରେ ପଚାରି ବୁଝିଥିଲେ । ଜିଲା ପ୍ରାଣୀ ସମ୍ପଦ ବିଭାଗ କିଭଳି ଗୋପାଳନ, ଘାସ ଚାଷ କିଭଳି ବୃଦ୍ଧି କରିବେ ସେ ନେଇ ଓ ଅଧିକ ପରିମାଣ ରେ ଗୋପାଳନ ପୂର୍ବକ ଚାଷୀ ର ଆର୍ଥିକ  ଅଭିବୃଦ୍ଧି ଉପରେ ପରାମର୍ଶ ଦେଇଥିଲେ । ଏହି ବାଇଥକ୍ରେ  ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.