ସିକରପାଇରେ ନଳକୁପ୍ ଖରାପ ଯୋଗୁଁ ପାଣିର ଘୋର ସମସ୍ୟା : ପ୍ରଶାସନ ନିରୁପାୟ l

2

କୋଲନରା – (ଦେବୀପ୍ରସାଦ ମହାନ୍ତି ) କଲ୍ୟାଣ ସିଂହପୁର ସିକରପାଇ ପଞ୍ଚାୟତ ସିକରପାଇ ଗ୍ରାମ ପାଣି ସମସ୍ୟା ଦିନକୁ ଦିନ ଗଭୀର ହେଉଛି । ଗ୍ରାମରେ ରହିଥିବା ୯ଟି ଟ୍ୟୁବଓେଲ୍‌ ବର୍ତ୍ତମାନ କାର୍ଯ୍ୟ କରୁନାହିଁ । ଏହାର ପରିଣତିରେ ଲୋକମାନେ ବୃଦ୍ଧ, ନାରୀ ଓ ଶିଶୁମାନେ—ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ।ଗ୍ରାମବାସୀଙ୍କ କହିବା ଅନୁସାରେ, ପାଣି ପାଇଁ ଏବେ ସେମାନେ ଦୂରଦୂରନ୍ତରୁ ପାଣି ଆଣିବାକୁ ଯିବାକୁ ପଡୁଛି । ଗ୍ରୀଷ୍ମକାଳରେ ଏହି ସମସ୍ୟା ଆହୁରି ଗଭୀର ହେବାର ଆଶଙ୍କା ଜଣାଇଛନ୍ତି ସ୍ଥାନୀୟ ଗ୍ରାମବାସୀ ପିଇବା ପାଣିର ଅଭାବ ହେତୁ ବିଭିନ୍ନ ରୋଗ ରେ ପୀଡିତ ହେଉଛନ୍ତି ଲୋକ ମାନେ । ପରିସ୍କାର ପାଣି ନ ମିଳିଲେ, ପେଟରୋଗ, ଜଣ୍ଡିସ୍‌ ଭଳି ସ୍ୱାସ୍ଥ୍ୟ ସମସ୍ୟା ବିକାଶ ପାଇପାରେ ବୋଲି ଚିନ୍ତା ପ୍ରକାଶ କରିଛନ୍ତି ଅଞ୍ଚଳବାସୀ । ସେମାନଙ୍କ କହିବା ଅନୁସାରେ, ଅନେକଥର ପ୍ରଶାସନକୁ ସୂଚନା ଦେବା ସତ୍ୱେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାରେ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତୁରନ୍ତ ଏହି ୯ଟି ଟ୍ୟୁବଓେଲ୍‌କୁ ମରାମତି କରିବାକୁ ପଡ଼ିବ, ନହେଲେ ପାଣି ସଙ୍କଟ ଆହୁରି ଗଭୀର ହେବ ଓ ଲୋକମାନଙ୍କ ଜୀବନ ଜୀବିକା ସଂକଟଗ୍ରସ୍ତ ହେବ । ଆମେ ଅତିତରୁ ପାଣି ସମସ୍ୟାରେ ଭୋଗୁଛୁ, କିନ୍ତୁ ଏବେ ୯ଟି ଟ୍ୟୁବଓେଲ୍‌ ବନ୍ଦ ହୋଇଯିବାରୁ ପରିସ୍ଥିତି ଅତ୍ୟନ୍ତ ଗଭୀର ହେବାରେ ଲାଗିଛି । ପ୍ରଶାସନ ତୁରନ୍ତ କାର୍ଯ୍ୟକ୍ଷମ ପଦକ୍ଷେପ ନିଅନ୍ତୁ, ନହେଲେ ଆମେ ଆନ୍ଦୋଳନକୁ ବାଧ୍ୟ ହେବୁ ।”ପ୍ରଶାସନ ଶୀଘ୍ର ମୁଦ୍ରାଦେଇ, ସମସ୍ତ ଟ୍ୟୁବଓେଲ୍‌କୁ ମରାମତି କରି, ଗ୍ରାମବାସୀଙ୍କ ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି ।

Leave A Reply

Your email address will not be published.