କାଲିବାହାଲରେ ବଜ୍ରପାତ ଘଟି ୨ ମୃତ

2

କୋଲାବିରା,୧୯/୦୮- ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ପରମାଣପୁର ପଞ୍ଚାୟତ ଅଧିନସ୍ଥ କାଲି ବାହାଲ ଗ୍ରାମରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ରେ ବଜ୍ରପାତ ଘଟି ୨ ଯୁବକ ଙ୍କ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି l ମୃତକ ହେଲେ ଏହି କାଲିବାହାଲ ଗ୍ରାମର ବୀର କିସାନ(୪୫) ଓ ଶଙ୍କର ମାଝୀ ଙ୍କ ସାନ ପୁଅ ଦୁଖବନ୍ଧୁ ମାଝୀ(୨୦) l ବୀର ନିଜ ଜମିରେ ଧାନ ଚାଷ ରେ ମେଡ଼ିସିନ ଦେବାକୁ ଯାଇଥିଲେ l ଏହାସହ ଦୁଃଖବନ୍ଧୁ  ହେଲପର କାମ କରୁଥିବା ଟ୍ରାକ୍ଟର ରେ ଜମି ଯୋତିବା ପାଇଁ ଯାଇଥିଲେ l ଏହି ସମୟରେ ହଠାତ୍ ଏକ କଳା ମେଘ ଘୋଟି ଆସି ବର୍ଷା ହୋଇଥିଲା l ବୀର ଓ ଦୁଃଖବନ୍ଧୁ ଏକ ମହୁଲ ଗଛ ତଳେ ଆଶ୍ରୟ ନେଇଥିଲେ l ତେବେ ହଠାତ୍ ଏକ ବଜ୍ରପାତ ଘଟି ମହୁଲ ଗଛ ରେ ପଡ଼ିଥିଲା l ଉଭୟେ ଗଛ ତଳେ ଟଳି ପଡ଼ିଥିଲେ l ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନା ନିଆଯାଇଥିଲା l ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l କୋଲାବିରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ୍ କରି ପୋଷ୍ଟମର୍ଟମ ପାଇଁ ପଠାଇଛି l

Leave A Reply

Your email address will not be published.