ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାଛ୍ରୀ ସ୍କୁଲରେ ପାଠ ପଢ଼ା ଓ ପାନୀୟ ଜଳ ଅବ୍ୟବସ୍ଥା କୁ ନେଇ ବ୍ଲକ ସମ୍ମୁଖରେ ଧାରଣା।
କୋଲନରା – (ଦେବୀପ୍ରସାଦ ମହାନ୍ତି ): ରାୟଗଡା ଜିଲ୍ଲା – ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାଛ୍ରୀ ପାନୀୟ ଜଳ ଓ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ ଆଶୁତୋଷ କୁଲକରନି,ଆଜି ପ୍ରଥମ ଥର ଭାବେ ଚନ୍ଦ୍ରପୁର ଗସ୍ତକରି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ , ଶିକ୍ଷକ ନଥିବାରୁ ପାଠପଢାରେ ଅସୁବିଧା ହେଉଥିବାରୁ ରାୟଗଡ଼ା ଜିଲ୍ଲାପାଳ ଙ୍କୁ କଲେଜ ଛାତ୍ରୀ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ। ଆମେ ବାରମ୍ବାର ଏଭଳି ଅଭିଯୋଗ ପରେ ଅଭିଯୋଗ କରିଆସୁଛି ଏହା କୈଣସି ସମାଧାନ ହେଇ ପାରୁ ନାହିଁ ବୋଲି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ପାଳ ଙ୍କୁ ଅଭିଯୋଗ ପରେ ଛାତ୍ରୀ ମାନେ ଅଭିଯୋଗ ର ସମାଧାନ ପାଇଁ ପ୍ରାୟ ୨ ଘଣ୍ଟା ଧରି ବର୍ଷାରେ ଭିଜି ଭିଜି ଦାବି ପୁରଣ ପାଇଁ ଅଟଳ ରହି ଧାରଣା ଦେଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଆଇ.ଆଇ.ସି ଓ ଏସ୍ ଡି ପିଓ, ମିଳିତ ବୁଝାସୁଝା କରି ଧାରଣା ଦେଇଥିବା ଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଧାରଣା ରୁ ଓହରିଯିବାକୁ କହିଥିଲେ। ଏହାପରେ ପ୍ରାୟ ୨ ଘଣ୍ଟା ଧାରଣାର ପ୍ରତିଶୃତି ଆଧାର ରେ ଧାରଣା ରୁ ଓହରି ଯାଇଥିବା ଦେଖିବାକୁ ମିଳିଛି।