ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ସ୍ଥିତ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ 163 ତମ ଜନ୍ମ ଜୟନ୍ତୀ ବହୁ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ପଞ୍ଚାନନ ମିଶ୍ର ସଭାପତିତ୍ୱ କରିଥିଲେ। ଏହି ଅବସରରେ ଶ୍ରୀରାମ ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟ, ବାରିପଦାର ପ୍ରାକ୍ତନ ଓଡ଼ିଆ ବିଭାଗ ପ୍ରଫେସର ଡ. ବବୃବାହନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସର୍ବପ୍ରଥମେ ନିମନ୍ତ୍ରିତ ଅତିଥିମାନଙ୍କଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରାଯାଇଥିଲା। ପରେ ଯୁକ୍ତ ଦୁଇ ଦ୍ଵିତୀୟ ବର୍ଷର ଛାତ୍ରୀମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ସଂସ୍କୃତ ଅଧ୍ୟାପକ ଉପେନ୍ଦ୍ର ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହାପରେ ଓଡ଼ିଆ ବିଭାଗର ଅଧ୍ୟାପିକା ଶୁଭଶ୍ରୀ ମେହେର ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ସୃଜନଶୀଳତା ଉପରେ ଉଦ୍ବୋଧନ ରଖିଥିଲେ। ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ ମୁଖ୍ୟବକ୍ତା ଡ. ବବୃବାହନ ମହାପାତ୍ର। ସେ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ସ୍ୱଭାବ କବିଙ୍କ ଜୀବନୀ ଓ ସାହିତ୍ୟିକ ଅବଦାନ ଉପରେ ଏପରି ଓଜସ୍ବୀ ଭାଷଣ ରଖିଥିଲେ ଶ୍ରୋତାମାନେ ମୋହିତ ହୋଇ ପଡ଼ିଲେ। ରାଜନୀତି ବିଜ୍ଞାନ ଅଧ୍ୟାପକ ଉମାକାନ୍ତ ସାହୁ ଙ୍କ ଦ୍ୱାରା ମଂଚ ପରିଚାଳନା କରାଯାଇଥିବା ବେଳେ ସମସ୍ତ ଅଧ୍ୟାପକ-ଅଧ୍ୟାପିକା ଏଥିରେ ସହଯୋଗ କରିଥିଲେ। ପରିଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ଅକ୍ଷୟ ପଧାନ ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.