କେନ୍ଦ୍ରାପଡା: (ଶାସକ ପ୍ରଶାସକ)ପ୍ରଫୁଲ୍ଲ କୁମାର ମଲ୍ଲ: କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତର ନରିଲୋ ଗ୍ରାମରେ ବସବାସ କରନ୍ତି ହରିହର ମଳିକଙ୍କ ପରିବାର । ୮ବର୍ଷର ପୁଅ, ୫ବର୍ଷର ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଆଗକୁ ଚାଲିଥାଏ ତାଙ୍କର ସୁଖୀ ପରିବାର । ହରିହର ମଳିକ ଦିନ ମଜୁରିଆ କାମକରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି । କାହିଁକି କେଜାଣି ଏହି ପରିବାରକୁ କାହାର ନଜର ଲାଗିଯାଏ । ଗତ ଜୁନ 21 ତାରିଖରେ ବିଦୁତ୍ ଆଘାତରେ ତାଙ୍କର ଅକାଳ ବିୟୋଗ ହୁଏ । ତାଙ୍କ ପରିବାରରେ ହରିହରଙ୍କ ବ୍ୟତୀତ ଆଉ କେହି ରୋଜଗରକ୍ଷମ ନଥିବାରୁ ତାଙ୍କ ସ୍ତ୍ରୀ ଆଉ ଦୁଇ ଛୋଟ ପିଲା ଅତି ଦୁଃଖରେ ତାଙ୍କର କାଳାତିପାତ କରନ୍ତି । ଏହି ଖବର ସ୍ଥାନୀୟ ବାସିନ୍ଦା ଓ କିଛି ଗଣମାଧ୍ୟମ ଦ୍ଵାରା ପ୍ରକାଶ ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଓ ସମ୍ପାଦକ ତାଙ୍କ ପରିବାର ପାଖକୁ ଯାଇ ପ୍ରକୃତ ତଥ୍ୟ ତଦନ୍ତ କରିଥିଲେ l ଆଜି ଏହି ପରିବାର କୁ ଦୁଇଟି ଗୋ ସମ୍ପତି ଦାନ କରାଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମ ସ୍ଥାୟୀ ସମାଧାନର ପନ୍ଥା ଅଟେ l ଟ୍ରଷ୍ଟ ପକ୍ଷରୁ ଗୋମାତା ପ୍ରଦାନ ପରେ ଏକ ଚୁକ୍ତି ପତ୍ର ସ୍ବାକ୍ଷର କରାଯାଇଛି l ଏଥିରେ ଉଲ୍ଲେଖ ଅଛି କି ଏହି ପରିବାର ଗୋ ସମ୍ପଦ ଦ୍ଵାରା ନିଜର ଗୁଜୁରାଣ ମେଣ୍ଟାଇବା ଓ ତାଙ୍କର ସୁରକ୍ଷା କରିବେ l ଯଦି ନକରି ପାରିବେ ତେବେ ଟ୍ରଷ୍ଟ ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିବେ l ସେମାନେ ଏହି ଗୋମାତାଙ୍କୁ ଅନ୍ୟତ୍ର ବିକ୍ରୟ କରିପାରିବେ ନାହିଁ କିମ୍ବା ଅନ୍ୟ ସମ୍ପ୍ରଦାୟକୁ ବିକ୍ରି କରିପାରିବେ ନାହିଁ l ଗୋ ସମ୍ପତି ର ସୁରକ୍ଷା ଆମର ଲକ୍ଷ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଛି l ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ସମ୍ପାଦକ ରାଜେଶ କୁମାର ବାରିକ, ମନୋଜ କୁମାର ଜେନା, ଅହିତ୍ରାଂଶୁ ବେହେରା, ବ୍ରଜକିଶୋର ଦାସ, ମନୋଜ କୁମାର ରାଉତ, ନିଗମ କୁମାର ସାହୁ, ଭାବଗ୍ରାହୀ ସାହୁ ଓ ଅମ୍ବୁଜ ଲେଙ୍କା ଉପସ୍ଥିତ ରହିଥିଲେ l
Sign in
Sign in
Recover your password.
A password will be e-mailed to you.