କଂଗ୍ରେସରେ ଯୋଗ ଦେଲେ ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ।

2

 ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଗୌରହରି ନାୟକଙ୍କ ସହ ୨ ପୂର୍ବତନ ଓ ଜଣେ ଏବର ସରପଞ୍ଚ ସାମିଲ।     

କେନ୍ଦୁଝର,ତା୧୭/୮- କେନ୍ଦୁଝର ଜିଲ୍ଲାରେ ରାଜନୀତି ପାଣିପାଗ ବଦଳୁଛି ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାରୁ ପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଯାଇଥିଲେ ମଧ୍ୟ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ବିଫଳ ହୋଇଛନ୍ତି। ଜିଲ୍ଲାରେ ଖଣି ଲୁଟ ତରାଜ ଏବେ ବେଶୀ ଚାଲିଛି ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଦଳୀୟ ଲୋକଙ୍କୁ ଚଳିବାକୁ ଟ୍ରକ ଲୋଡିଂ ଟୋକନ ଗାଏବ ହୋଇ କଳାବଜାରୀ ହେଉଛି। ଜିଲ୍ଲାରେ ଅନେକ ନାରୀ ନିର୍ଯ୍ୟାତନା ମାମଲା ଆସିଲାବେଳେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ବୋଲି ଦବେଇ ଦିଆଯାଉଛି। ଏହିପରି ସମୟରେ କଂଗ୍ରେସ ସାମ୍ନାକୁ ଆସି ବିରୋଧୀ ଦଳ ଭୂମିକା ନିଭାଉଛି। କଂଗ୍ରେସ ରାଜ୍ୟ ପ୍ରଭାରୀ ଅଜୟ କୁମାର ଲାଲୁ କେନ୍ଦୁଝର ସମାଜସେବୀ ଝିଅ ରୋଜାଲିନ ହତ୍ୟାରେ ବିଜେପି ନେତାଙ୍କ ସାମିଲ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଟାର୍ଗେଟ କରିଥିଲେ ବିଜେପି ଏବାବଦରେ ପାଟି ଫିଟେଇ ପାରୁନି। ରାଜ୍ୟରେ ମୁଖ୍ୟମନ୍ତ୍ରୀ ନିଜେ ଅପରଧୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିର ଘୋର ଅବନତି ଘଟିଛି ଯାହାକୁ ମୁଖ୍ୟ ବିରୋଧୀ ଦଳ ସଠିକ ଭାବେ ମୁକାବିଲା କରି ପାରୁ ନଥିବାରୁ ପ୍ରକୃତ ବିଜୁ ଜନତା ଦଳ ନେତା ଓ କର୍ମୀଙ୍କୁ ହତାଶ କରିଛି। ଦେଶରେ କଂଗ୍ରେସର ଲୋକପ୍ରିୟତା ବଢୁ ଥିବା ବେଳେ ରାହୁଲ ଗାନ୍ଧୀ ଭୋଟ ଚୋରୀ ପ୍ରସଙ୍ଗ ନେଇ ସରକାର ଓ ନିର୍ବାଚନ ଆୟୋଗଙ୍କୁ ନାକେଦମ କରି ସାରିଲେଣି। ତେଣୁ ଏବେ କେନ୍ଦୁଝରରେ କଂଗ୍ରେସ ଦଳରେ ଯୋଗ ଦେଇ ଦେଶ ବିରୋଧୀଙ୍କ ମୁକାବିଲା ଲାଗି ଅନେକ ନେତା ଆଗ୍ରହ ପ୍ରକାଶ କରିଛନ୍ତି ଓ ଯୋଗାଯୋଗରେ ଅଛନ୍ତି। ଏହି ପରିସ୍ଥିତିରେ ଆଜି ରାଜ୍ୟ କଂଗ୍ରେସ ଭବନରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲ୍ଲା ବିଜେଡ଼ି କୃଷକ ମୋର୍ଚ୍ଚା ସଭାପତି ଦୀପକ ରାଜ, ପୂର୍ବତନ ପାଟଣା ବ୍ଲକ ଚେୟାରମ୍ୟାନ ଗୌରହରି ନାୟକ, ମିରିଗିଖୋଜି ସରପଞ୍ଚ ମନୋହର ବେହେରା, ଟଙ୍ଗରପଡ଼ାର ପୂର୍ବତନ ସରପଞ୍ଚ ସଚିତ୍ର ନାୟକ ଓ ଡୁମୁରିଆର ପୂର୍ବତନ ନାଏବ ସରପଞ୍ଚ ଭାଗିଆ ନାଏକ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗ ଦେଲେ। ଏହି ମିଶ୍ରଣ ପର୍ବ ବେଳେ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁ, ରାଜ୍ୟ କଂଗ୍ରେସ ଆଦିବାସୀ ସେଲ ଅଧ୍ୟକ୍ଷ କେନ୍ଦୁଝରର ପୂର୍ବତନ ସାଂସଦ ଯଶୋବନ୍ତ ନାରାୟଣ ସିଂହ ଲାଗୁରି, କେନ୍ଦୁଝର ସଦର ପୂର୍ବତନ ବିଧାୟକ ତଥା ପିସିସି ସାଧାରଣ ସମ୍ପାଦକ ସୁବର୍ଣ୍ଣ ନାୟକ, ଭୁଜବଳ ମାଝୀ, ସନ୍ତୋଷ ସିଂହ ସାଲୁଜା, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଆଦି ଉପସ୍ଥିତ ରହିଥିଲେ। ଆଗକୁ ଆହୁରି ଅନେକ ନେତା କଂଗ୍ରେସରେ ଯୋଗ ଦେବେ ଦଳ ବଳିଷ୍ଠ ହେବ ତେଣୁ ସମସ୍ତଙ୍କୁ ଜିଲ୍ଲା କଂଗ୍ରେସ ସଂଯୋଜିକା ସଂଗୀତା ସିଂହ ସ୍ୱାଗତ କରିଛନ୍ତି।

Leave A Reply

Your email address will not be published.