( ବ୍ରହ୍ମପୁର, କୈଳାଶ ଚନ୍ଦ୍ର ଚୌଧୁରୀ ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅର୍ନ୍ତଗତ ଜଗନ୍ନାଥ ପୁର ଶିବ ମନ୍ଦିର ନିକଟସ୍ଥ ଏକ ଗୁହାଳ ଘରୁ ଚମାଖଣ୍ଡି ପୋଲିସ ଓ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ଥାନା ପୋଲିସ ମିଳିତ ଚଢଉ କରି ପ୍ରାୟ ୫ ଟନ୍ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ତୁମୁଡିବନ୍ଧ ଥାନା ପୋଲିସ୍ ସନ୍ଦେହଜନକ ଭାବେ ଗୋଟିଏ ମାଲବାହୀ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ସେଥିରୁ ବିପୁଳ ପରିମାଣର ଡିଟରନେଟର୍ ମହଜୁଦ ଥିବା ଦେଖି ଡ଼୍ରାଇଭର କୁ ନେଇ ଥାନା ରେ ରଖି ପଚରାଉଚରା କରିବା ବେଳେ ଉକ୍ତ ସାମଗ୍ରୀ ଗଞ୍ଜାମ ଜିଲ୍ଲାରୁ ଆଣିଥିବା ବୟାନ୍ ଦେଇଥିଲା। ଡ଼୍ରାଇଭର ର ବୟାନ କୁ ଭିତ୍ତି କରି ତୁମୁଡିବନ୍ଧ ପୋଲିସ ଓ ଚମାଖଣ୍ଡି ପୋଲିସ ମିଳିତ ଭାବେ ଚଢ଼ାଉ କରି ବି ମୋହନ ରେଡ଼ି ଙ୍କ ବ୍ରହ୍ମପୁର ଆମ୍ବପୁଆ ଅଞ୍ଚଳର ହେମନ୍ତ କୁମାର ସେଠୀ ନାମକ ଜଣେ ବ୍ୟକ୍ତି ଉକ୍ତ ଗୁହାଳ ଘରକୁ ଭଡ଼ାରେ ନେଇ ଥିବା ଜଣାପଡିଛି। ଏହି ସମସ୍ତ ତଥ୍ୟ କୁ ଆଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post