ପଦ୍ମପୁର :- ସ୍ଥାନୀୟ ପଦ୍ମପୁର ନର୍ସିଙ୍ଗ କଲେଜ ଠାରେ ୭୯ ତମ ସ୍ୱାଧୀନତା ଦିବସ କଲେଜ ପରିସରରେ ଛାତ୍ରୀ ମାନଙ୍କୁ ନେଇ ମାର୍ଚ୍ଚପାଷ୍ଟ କରାଯାଇଥିଲା । ମୁଖ୍ୟ ଅତିଥି ପଦ୍ମପୁର ସାରଳା କୁମାରୀ ଡାକ୍ତରଖାନା ର ଡାକ୍ତର ଶ୍ରୀ ସଞ୍ଜୟ ନାୟକ (ଅସ୍ତିଶଲ୍ୟ ବିଭାଗ) ଜାତୀୟ ପତାକା ଉତ୍ତୋଳନ କରିଥିଲେ, ସମ୍ମାନିତ ଅତିଥି ଭାବରେ ଶ୍ରୀ ସମ୍ପତ କୁମାର ସିଂହ୍ନା ଓ ଡାକ୍ତର ସସ୍ମିତା ପଣ୍ଡା ଛାତ୍ରୀ ମାନଙ୍କ ଅଭିବାଦାନ ଗ୍ରହଣ କରିଥିଲେ। ଛାତ୍ରୀ ମାନେ ଗତକାଲି ତ୍ରିରଙ୍ଗା ଯାତ୍ରା ରେ ସାମିଲ ହୋଇ ପଦ୍ମପୁର ଟାଉନ ପରିଭ୍ରମଣ ରେ ସାମିଲ ହୋଇ ଆଜି ରାଜବୋଡା ସମ୍ବର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ୭୯ ତମ ସମ୍ମିଳିତ ପେରେଡ ରେ ପ୍ରଥମ ଥର ସାମିଲ ହୋଇ ଉତ୍ତମ ପ୍ରଦର୍ଶନ କରିଥିଲେ । ଆଜିର ସମ୍ପୂର୍ଣ କାର୍ଯ୍ୟକ୍ରମ କୁ ଅରୁଣ କୁମାର ଦାନି ସଂଯୋଜନା କରିଥିଲେ,। ପ୍ରତାପ ନାଥ, ମାନସ ରଞ୍ଜନ ସାହୁ, ହେମାଙ୍ଗିନୀ ସାବତ , ଦିପ୍ତିମୟୀ ସାହୁ, ବବିତା ମେହେର,ନିର୍ମଳ ପୋଡ଼, ଅହଲ୍ୟା ଓ ଜୟଲାଲ ସାହୁ ସହଯୋଗ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post