ଟିଟିଲାଗଡ଼:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ଆଜି ସାରାଦେଶ ସହିତ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ରେ ୭୯ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଉତ୍ସାହ ଓ ଦେଶଭକ୍ତିର ମହଲରେ ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଆନୁକୂଲ୍ୟରେ ପାଳିତ ହୋଇଥିଲା। ସକାଳ ୯:୧୫ ଟାରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ମୁଖ୍ୟ ଅତିଥି ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପଦ୍ମନାଭ ସାମନ୍ତରାୟ ବିଧିବତ୍ ଭାବରେ ପତାକା ଉତ୍ତୋଳନ କରିବା ପରେ ପ୍ଳାଟୁନ ପରିଦର୍ଶନ କରିଥିଲେ ଏବଂ ଲୋକଙ୍କ ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଥିଲେ ।ଏହା ପରେ ୨୪ଟି ପ୍ଳାଟୁନ ଓ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଘୋଷ ଦଳଙ୍କ ଠାରୁ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ ।ଚିନ୍ତାମଣି ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ |ଏହି ଅବସରରେ ସମ୍ମାନନୀୟ ଅତିଥି ଭାବରେ ସ୍ଥାନୀୟ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, SDPO ଶ୍ରୀଯୁକ୍ତ ଯଶୋବନ୍ତ ପ୍ରଧାନୀ,ପୌର ନିର୍ବାହୀ ଅଧିକାରୀ ଚନ୍ଦନ ସତପଥି, ଟିଟିଲାଗଡ ବନଖଣ୍ଡ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅଭିଭାବକ ଓ ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ |ହଠାତ୍ ବର୍ଷା ହେବା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ବାତିଲ କରାଗଲା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ୧୭ ତାରିଖ ଦିନ ଗୋବିନ୍ଦ ବାଟିକା ଠାରେ ଲାୟନସ୍ କ୍ଳବ ଦ୍ୱାରା ହେବାକୁ ଥିବା ଏକ୍ ସାମ୍ ଦେଶ କେ ନାମ୍ କାର୍ଯ୍ୟକ୍ରମ ରେ ନିଜର ନୃତ୍ୟ ପରିବେଷଣ କରିବେ ଏବଂ ୧୮ ତାରିଖ ରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ପୁରସ୍କାର ସଂଗ୍ରହ କରିବାପାଇଁ ଘୋଷଣା କରାଗଲା ।ଏହି କାର୍ଯ୍ୟକ୍ରମକୁ ସୁନ୍ଦର ପରିଚାଳନା ତଥା ସାଜସଜ୍ଜା କରିବାରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ଦିପ କୁମାର ଚନ୍ଦ୍ରାକରଙ୍କ ବିଶେଷ ଅବଦାନ ତୁଲାଇଥିଲେ |ବର୍ଷା ହେବା ସତ୍ବେ ମଧ୍ୟ ଜନସାଧାରଣଙ୍କ ବହୁତ ଭିଡ଼ ଦେଖିବାକୁ ମିଳିଥିଲା|
Sign in
Sign in
Recover your password.
A password will be e-mailed to you.
Next Post