ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁକ୍ରବାର ଦିନ ପାରଳାଖେମୁଣ୍ଡି ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ “ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ” ଉତ୍ସବ ବଡ଼ ହର୍ଷ ଉଲ୍ଲାସ ଓ ମହାସମାରୋହରେ ସହିତ ପାଳିତ ହୋଇଯାଇଛି।
ଏହି ଅବସରରେ ବିଦ୍ୟାଳୟର ଶିଶୁ ପ୍ରାରମ୍ଭ ଠାରୁ ଦ୍ଵିତୀୟ ଶ୍ରେଣୀ ପର୍ଯ୍ୟନ୍ତ ୭୦ରୁ ଅଧିକ କୁନିକୁନି ଭାଇଭଉଣୀ ମାନେ ରାଧା ଓ କୃଷ୍ଣ ବେଶରେ ସଜ୍ଜିତ ହୋଇ ବିଦ୍ୟାଳୟକୁ ଆସିଥିଲେ। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟ ପରିଚାଳନା କମିଟିର ଉପ- ସଭାପତି ଶ୍ରୀଯୁକ୍ତ ସଂଜୟ ଜେନାଙ୍କ ସଭାପତିତ୍ବରେ ମୁଖ୍ୟବକ୍ତା ରୂପେ ସୁଶ୍ରୀ ଶ୍ବେତା ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଦେବୀ ମଠର ମହନ୍ତ ପୂଜ୍ୟଶ୍ରୀ ରାମାନନ୍ଦ ଦାଶ ମହାରାଜ , ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଟ୍ଟନାୟକ , ଯୁଗ୍ମ- ସମ୍ପାଦକ ବିଭୂତି ଭୂଷଣ ରଥ , କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ପାଢ଼ୀ , ସଦସ୍ୟା ଶ୍ରୀମତୀ ସରିତା ପାଣିଗ୍ରାହୀ ଓ ଶ୍ରୀମତୀ ସୁଜାତା ଗମାଙ୍ଗ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ଶ୍ରୀ କୃଷ୍ଣ ଆଧାରିତ ନୃତ୍ୟବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତଥା ଅନ୍ୟ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ସହଯୋଗରେ ସଫଳ ମଣ୍ଡିତ ହୋଇଥିଲା।
ଏହି ଅବସରରେ ବିଦ୍ୟାଳୟ ପରିସର ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦହି ହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।କାର୍ଯ୍ୟକ୍ରମର ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ମୁରଲୀ ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.