କେନ୍ଦୁଝର,ତା୧୫/୮- କେନ୍ଦୁଝର ସହର ଉପକଣ୍ଠ ଘୁଟୁର ଗ୍ରାମରେ ଚାଷୀ ମାନେ ନିଆରା ଢଙ୍ଗରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାର ଦେଖିବାକୁ ମିଳିଛି। ପ୍ରାୟ ଆଜକୁ ୯ ବର୍ଷ ହେଲା ଚାଷ ଜମି ଭିତରେ ପତାକା ଉତ୍ତୋଳନ କରିବା ଏକ ବିରଳ ଚିନ୍ତାଧାରା, ଗ୍ରାମବାସୀ ସ୍ୱାଧୀନତା ଦିବସରେ ଏକ ଖୁସି ବାତାବରଣ ସହ ପୁରୁଷ ମହିଳା ଛୋଟ ଛୁଆ ସମସ୍ତେ ମିଶି ଏହି ସ୍ୱାଧୀନତା ଦିବସ ପାଳନ କରନ୍ତି। ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ଯବାନ ମାନେ ଏହି ଜମି ପାହାଡ଼ ଘେରା ଭିତରେ କେତେ ଯେ ବଳିଦାନ ଦେଇଛନ୍ତି ତାହାର ହିସାବ ନାହିଁ, କିନ୍ତୁ ଆମ ମା’ ମାଟିକୁ ରକ୍ଷା କରିଥିବା ସହିଦ ହୋଇଥିବା ବୀର ଯବାନ,ମହାପୁରୁଷଙ୍କ ଭିତରେ ମହାତ୍ମା ଗାନ୍ଧୀ, ସୁବାସ ଚନ୍ଦ୍ର ବୋଷ, ଡ.ଭୀମରାଓ ଆମ୍ବେଦକର, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭଳି ମହାପୁରୁଷ ମାନେ ଆମ ଜଙ୍ଗଲ ଜମିକୁ ମା’ ମାଟିକୁ ସୁରକ୍ଷା ଦେଇଥିବାରୁ ତାଙ୍କର ଅବଦାନ ଲାଗି ସେମାନଙ୍କୁ ମନେପକାଇବା ପାଇଁ ଏହା ଏକ ନିଆରା ଢଙ୍ଗରେ ଚାଷ ଜମି ଉପରେ ସ୍ୱାଧୀନତା ଦିବସ ପାଳନ ଏମାନେ ଆଜି କରୁଛନ୍ତି। ଅତ୍ର ତତ୍ର ସର୍ବତ୍ର ସ୍ୱାଧୀନତା ଦିବସ ପାଳନ ହେଉଛି ତେଣୁ ଟିକେ କଷ୍ଟ କରି ବିଲ ପାଣି ଭିତରେ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହୋଇଛି। ଗ୍ରାମର ଗଜେନ୍ଦ୍ର ଦାସ ଆହ୍ୱାନ କ୍ରମେ ଏହି ଉତ୍ସବ ପାଳନ କରବା ସହିତ ଗ୍ରାମର ଲୋକଙ୍କ ଖାଇବା ପିଇବାର ବ୍ୟବସ୍ଥା ମଧ୍ୟ କରାଯାଇଥାଏ।ଏଥିରେ ଗ୍ରାମର ପ୍ରଫୁଲ ଜେନା, ପୂର୍ଣ୍ଣ ଚନ୍ଦ୍ର ଦାସ, ସୁରେଶ ଜେନା, ଲଳିତ ଜେନା, କ୍ଷେତ୍ରବାସୀ ଦାସ, ଉଦୟନାଥ ଜେନା, ଦୁର୍ଗା ସେଠୀ ସହିତ ଶତାଧିକ ମହିଳା ଯୋଗ ଦେଇଥିଲେ। ଏହାକୁ ପ୍ରଶାସନ ଦୃଷ୍ଟି ଆକର୍ଷଣ ପାଇଁ ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ଅନୁରୋଧ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post