ବାଲୁଗାଁ:(ସେକ କୌସର):ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳିଆ ପ୍ରେସ କ୍ଲବ ପକ୍ଷରୁ କ୍ଳବ ପରିସରରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି।ସଭାପତି ଅଜିତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ପାଦକ ଅରୁଣ କୁମାର ପଣ୍ଡା ପରିଚାଳନା କରିଥିଲେ।ଉକ୍ତ ସମାରୋହରେ କ୍ଲବର ସଦସ୍ୟ ମାନେ ଉପସ୍ଥିତ ଥିଲେ।ସମସ୍ତ ସଦସ୍ୟ ଜାତୀୟ ପତାକା ତ୍ରିରଙ୍ଗାକୁ ନମନ କରି ଜାତୀୟ ସଙ୍ଗୀତ ଗାନ କରିବାସହ ଭାରତ ମାତା କି ଜୟ,ବନ୍ଦେ ମାତରଂ ଏବଂ ମହାପୁରୁଷ ମାନଙ୍କ ଜୟ ଧ୍ୱନୀ ଦେଇଥିଲେ।ଦେଶକୁ ସ୍ୱାଧୀନ କରିଥିବା ମହାପୁରୁଷ,ସେମାନଙ୍କ ବଳିଦାନ,ଆଦର୍ଶ ନେଇ ସମସ୍ତ ସଦସ୍ୟ ନିଜ ନିଜର ଅଭିଭାଷଣ ରଖିଥିଲେ।ପରିଶେଷରେ ସଂଘକୁ ସୁଦୃଢ଼ କରିବା ପାଇଁ ସଂଘୀୟ ମନୋବୃତ୍ତି,ଏକତା ସାଙ୍ଗକୁ ନିରପେକ୍ଷ ଖବର ପ୍ରସାରଣ କରିବାକୁ ସମସ୍ତ ସଦସ୍ୟ ସଂକଳ୍ପ କରିଥିଲେ।
Sign in
Sign in
Recover your password.
A password will be e-mailed to you.