ବାଣପୁର:(ସେକ କୌସର ): ୭୯ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନକ୍ରମେ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି ଚିଲିକା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଆୟୋଜିତ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ପରିପ୍ରେକ୍ଷୀରେ ବାଲୁଗାଁ ସ୍ଥିତ ଉତ୍ତରାୟିଣି ମନ୍ଦିର ଠାରୁ ଐତିହାସିକ ବାଣପୁର ପଲଟଣ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରାରେ ସ୍ଥାନୀୟ ଲୋକ ପ୍ରତିନିଧି , ଦଳୀୟ କାର୍ଯ୍ୟକର୍ତ୍ତା, ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ସହ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ସାମିଲ ହୋଇଥିଲେ। ତ୍ରିରଙ୍ଗା ଆମର ଗୌରବ, ତ୍ରିରଙ୍ଗା ଆମର ଅସ୍ମିତା, ତ୍ରିରଙ୍ଗା ଆମର ପରିଚୟ।ଆସନ୍ତୁ, ସମସ୍ତେ ଦେଶଭକ୍ତିର ଭାବନାରେ ‘ହର ଘର ତ୍ରିରଙ୍ଗା’ ଅଭିଯାନରେ ଯୋଡି ହୋଇ ନିଜର ଘରେ ରାଷ୍ଟ୍ରୀୟ ଧ୍ୱଜା ଉତ୍ତୋଳନ କରିବା ସହ ଜାତୀୟ ଏକତା, ସଂହତି, ଶାନ୍ତି ଓ ସାମାଜିକ ସୌହାର୍ଦ୍ଦ୍ୟର ବାର୍ତ୍ତା ବାଣ୍ଟିବା ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ। ଏହି ଶୋଭାଯାତ୍ରାରେ ହଜାର ହଜାର ଜନସାଧାରଣ ସ୍ୱତପୁତ ଭାବେ ସାମିଲ ହୋଇଥିବାବେଳେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚ଼ିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋସ୍ନା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଓ ଭାଜପା କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.