ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକ୍ସନ୍ ତରଫରୁ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ

2

 ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଏଲ୍ ଆଣ୍ଡ୍ ଟି କନଷ୍ଟ୍ରକ୍ସନ୍ ମେଗା ପ୍ରକଳ୍ପ ଆନୁକୂଲ୍ୟରେ ବେଲଗୁଣ୍ଠା ବ୍ଲକ୍ ଲୁଣିପଡ଼ା ସ୍ଥିତ କମ୍ପାନୀର ଷ୍ଟୋର୍ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ସ୍ଵଚ୍ଛ ଏବଂ ସୁସ୍ଥ ପରିବେଶ ପାଇଁ ବୃକ୍ଷରୋପଣ ଏକାନ୍ତ ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ବୃକ୍ଷରୋପଣ ଦିଗରେ କମ୍ପାନୀ ପ୍ରୟାସକୁ ସାଧୁବାଦ ଜଣାଇଥିଲେ I କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥୀ ରୂପେ ଯୁବ ସଂଗଠକ ଜିତେନ୍ଦ୍ର କୁମାର ନାୟକ,ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଏସ୍.ଡି.ଓ ନିହାର ସ୍ୱାଇଁ, ନିର୍ବାହୀଯନ୍ତ୍ରୀ ମୁନା କାଲୁଣ୍ଡିଆ,ପିଏମ୍ ତମଲ୍ ସାହା,ବିଶ୍ୱଜିତ୍ ପାତ୍ର, ସୁନିଲ ଦାସ.
ଆରଭିଭିଏନ୍ କାଶୀ ବିଶ୍ଵନାଥ,ମନୋରଞ୍ଜନ ବେହେରା,ଅମ୍ବିକା ପ୍ରସାଦ ଚୌଧୁରୀ,ଶୁଭମ୍ କୁମାର୍,ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଲୁଣିପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I ଏହି ଅବସରରେ ଆମ୍ବ, ଆକାଶୀଆ,ବଉଳ, ପିଜୁଳି,ଶାଳ, ଅଶୋକ ଆଦି ପ୍ରଜାତିର ଦୁଇଶହ ଚାରା ରୋପଣ କରାଯାଇଥିଲା I କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜନ ପ୍ରତିନିଧି,ଶିକ୍ଷାବିତ୍, ସମାଜସେବୀ ଉପସ୍ଥିତ ଥିଲେ I

Leave A Reply

Your email address will not be published.