ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଆଜି ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଜୁ ଛାତ୍ର ଜନତା ଦଳ ତରଫରୁ ରାଜ୍ୟରେ ମହିଳା ଏବଂ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଯୋଗାଇ ଦେବା ପାଇଁ ଡିଜିପିଙ୍କ ଉଦ୍ଦେଶ୍ୟରେ ବେଲଗୁଣ୍ଠା ଥାନାରେ ଛାତ୍ରଛାତ୍ରୀମାନଙ୍କ ସହ ବିଜେଡିର କାର୍ଯ୍ୟକର୍ତାମାନେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ମେଡିକାଲ ଛକ ନିକଟରୁ ଶୋଭାଯାତ୍ରାରେ ବାହାରି ଥାନାରେ ପହଂଚିଥିଲେ l ଥାନା ଅଧିକାରୀଙ୍କୁ ଚାରି ଦଫା ସମ୍ବଳିତ ଦାବିକୁ ପ୍ରଦାନ କରିଥିଲେ l ରାଜ୍ୟରେ ଦୈନନ୍ଦିନ ଘଟୁଥିବା ନାରୀ ନିର୍ଯାତନା ଓ ଛାତ୍ରଛାତ୍ରୀଙ୍କ ଉପରେ ଘଟୁଥିବା ନିର୍ଯାତନାକୁ ରୋକିବା ପାଇଁ ଥାନା ଅଧିକାରୀଙ୍କ ଜରିଆରେ ରାଜ୍ୟର ପୋଲିସ ମହା ନିର୍ଦେଶକଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ସୋରଡ଼ାର ପୂର୍ବତନ ବିଧାୟକ ତଥା ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ବେଲଗୁଣ୍ଠl ବ୍ଲକ ଅଧ୍ୟକ୍ଷା ମମତା ଭୋଳ, ଏନ୍ଏସି ଅଧ୍ୟକ୍ଷ ଫିରୋଜ ସେଠି, ବରିଷ୍ଠ ବିଜେଡି ନେତା ଭଗବାନ ପଣ୍ଡା, ପ୍ରଶାନ୍ତ ସାହୁ,ପଞ୍ଚାନନ ସାମଲ, ସତ୍ୟନାରାୟଣ ମହାପାତ୍ର,ସନତ୍ କୁମାର ସୁବୁଦ୍ଧି, ବ୍ଳକ୍ ବିଜେଡ଼ି ସଭାପତି ଏସ ରାମେଶ୍ୱର ପାତ୍ର,ଯୁବ ସଭାପତି ଶିବରାମ ରାଉତ,ଛାତ୍ର ସଭାପତି ଗୁରୁ ପ୍ରସାଦ ପରିଡା,କାଉନସିଲର୍ ଭାସ୍କର ପାତ୍ର,ପ୍ରଦୀପ କୁମାର ସେଠୀ, ଦିଲ୍ଲୀପ୍ କୁମାର ଆଚାରୀ,ବିଶ୍ଵନାଥ ଦଳାଇ, କାଉନସିଲର୍ ପ୍ରତିନିଧି ରଞ୍ଜିତ୍ କୁମାର ସାମଲ୍, ଜିତେନ୍ଦ୍ର ସୁବୁଦ୍ଧି, ଚିଦାନନ୍ଦ ପାତ୍ର, ସନ୍ତୋଷ କୁମାର ସ୍ୱାଇଁ, ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଈଙ୍କ ସମେତ ବହୁ କାର୍ଯ୍ୟକର୍ତା ଯୋଗ ଦେଇଥିଲେ l ଆଗାମୀ ଦିନ ରେ ମହିଳାଙ୍କ ଉପରେ ଘଟୁଥିବା କୌଣସି ଅତ୍ୟାଚାରକୁ ବିଜେଡି ବରଦାସ୍ତ କରିବ ନାହିଁ ,ରାଜ ରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି l
Sign in
Sign in
Recover your password.
A password will be e-mailed to you.