ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଗୁମ୍ମା ବ୍ଲକ ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

4

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ୍‌ ଅନ୍ତର୍ଗତ ତୁମୁଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ କଲ୍ୟାଣ ଯୋଜନା ସହିତ ପାଠଶାଳା ଛାଡ଼ିଦେଇଥିବା ଶିଶୁମାନଙ୍କ ଭର୍ତ୍ତିକରଣ ବିଷୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଚିବ ଶ୍ରୀ ବିମଳ ରାଉଳ ଅଧ୍ୟକ୍ଷତା କରିଥିଲେ ଓ ଉକ୍ତ ବିଷୟ ଗୁଡ଼ିକ ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଶ୍ରୀ ଜିତେନ୍ଦ୍ର ପଟ୍ଟନାୟକ , ସଭାପତି ପାରଳାଖେମୁଣ୍ଡି ଓକିଲ ସଂଘ , ଶ୍ରୀ ଦୁଲାରମ୍ ମାରାଣ୍ଡୀ , ବିଡିଓ , ଗୁମ୍ମା ବ୍ଲକ୍ , ଶ୍ରୀ ସତ୍ୟଜିତ ବେହେରା , ବିଏସଏସଓ , ଗୁମ୍ମା ବ୍ଲକ୍ , ଶ୍ରୀ ମାନସ ସାହୁ , ଏଏଲଓ , ଗଜପତି ,
ଶ୍ରୀ ଡି. ଶ୍ରୀଧର , ସିଆରସିସି , ତୁମଲ , ଶ୍ରୀ ସଲମାନ୍ ରାଇତା , ସରପଞ୍ଚ , ତୁମଲ, ଜିପି , ଶ୍ରୀମତୀ ସସିରେଖା ବିଶୋଇ, ପିଏଲଭି ପ୍ରମୁଖ ମଞ୍ଚାସିନ ହୋଇ ଉପସ୍ଥିତ ଜନସାଧାରଣଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣ ଯୋଜନାର ବ୍ୟବସ୍ଥା , ଲାଭ ଓ ପ୍ରକ୍ରିୟା ବିଷୟରେ ବୁଝାଇ ସଚେତନ କରିଥିଲେ ଏବଂ ପାଠଶାଳା ଛାଡ଼ିଦେଇଥିବା ଶିଶୁମାନଙ୍କୁ ପୁନର୍ଭର୍ତ୍ତି ପାଇଁ ଉତ୍ସାହିତ କରିଥିଲେ।

Leave A Reply

Your email address will not be published.