ବଲାଙ୍ଗିର : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଦିନିକିଆ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ସର୍ବ ପୁରାତନ କାର୍ତ୍ତିରାଜି ପୀଠ ରାଣୀପୁର ଝରିଆଲର ଚଉଷଠି ଯୋଗିନୀ ପୀଠ, ସୋମେଶ୍ଵର ମନ୍ଦିର, ଇନ୍ଦ୍ରଲାଧ ମନ୍ଦିର ଏବଂ ହରିଶଙ୍କର ପୀଠ ପରିଦର୍ଶନ କରିଥିଲେ ଏହା ସହ ବଲାଙ୍ଗିର ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି ।
ଏହି ଅବସରରେ ବଲାଙ୍ଗିର ର ରେ ହୋଟେଲ ମ୍ୟାନେଜମେଣ୍ଟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଧୀନସ୍ଥ ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, ପୋଷଣ, ଅଙ୍ଗନବାଡି ଆଦି ବିଷୟର କାର୍ଯ୍ୟକାରିତା ଉପରେ ପ୍ରାରମ୍ଭରେ ଆଲୋଚନା କରାଯାଇଥିଲା ।
ସେହିଭଳି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି , ଓଡିଶା ଜୀବିକା ମିଶନ, ଲକ୍ଷପତି ଦିଦି, ମିଶନ ଶକ୍ତି ରିଟେଲ ମାର୍ଟ, ବ୍ଲକୱାରୀ ମିଶନ ଶକ୍ତି ଭବନ ଭଳି ବିଭିନ୍ନ ଦିଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା । ପରିଶେଷରେ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ସୌନ୍ଦର୍ଯ୍ୟକରଣ ଓ ପାରିପାରିଶ୍ଵକ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା ଓ ପ୍ରକଳ୍ପ ଗୁଡ଼ିକର ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏସଆଇଏଚଏମ ର ଛାତ୍ରଛାତ୍ରୀ ମାନଙ୍କ ସହ ଏକ ବୈଠକ ହୋଇଥିଲା।
ଆଜିର ଏହି ଗସ୍ତ ସମୟରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ସମେତ ଜିଲ୍ଲାପାଳ(ସାଧାରଣ) ଡା. ବିଜୟାନନ୍ଦ ସେଠି, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପବିତ୍ର ବେହେରା, ନିର୍ବାହୀ ଅଧିକାରୀ ତଥା ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ତରଣୀ ସୁନା, ଉପ ଜିଲ୍ଲାପାଳ, ବଲାଙ୍ଗିର, ଟିଟିଲାଗଡ ଓ ପାଟଣାଗଡ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.