କେନ୍ଦୁଝର,ତା୧୧/୮- କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଇନ୍ଦ୍ରଧନୁ ପ୍ରସ୍ତୁତ ଅନୁସନ୍ଧାନର-୩ର ଉଦଯାପନୀ ଦିବସ ରବିବାର ଅଗଷ୍ଟ ୧୦ରେ ଶେଷ ହୋଇ ଯାଇଛି।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୮ ତାରିଖରୁ ଅଗଷ୍ଟ ୧୦ ତାରିଖ ତିନି ଦିନ ଧରି ଜିଲ୍ଲା ସ୍ତରୀୟ ଏହି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ଅନୁସନ୍ଧାନ- ୩ ଚାଲିଥିଲା। ଜିଲ୍ଲାର ବିଭିନ୍ନ ଅଗ୍ରଣୀ ଶିକ୍ଷାନୁଷ୍ଠାନର ପାଖାପାଖି ୭୦୦ ଛାତ୍ରଛାତ୍ରୀ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବିଭିନ୍ନ ବିଭାଗରେ କୃତିତ୍ୱ ଲାଭ କରିଛନ୍ତି। ୨୦୨୩ରୁ ଆରମ୍ଭ ଏହି ପ୍ରତିଯୋଗିତା ପୂର୍ଣ୍ଣ କାର୍ଯ୍ୟକ୍ରମର ଏହା ହେଉଛି ତୃତୀୟ ସଂସ୍କରଣ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରବୀନ୍ଦ୍ର ବିଦ୍ୟା ନିକେତନ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଡିଏଭି ସ୍କୁଲ, ନିର୍ମଳା କନଭେଣ୍ଟ ସ୍କୁଲ, ଡି.ଏନ ହାଇସ୍କୁଲ, ପୋଲିସ ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଏସ୍ ବି ଇଣ୍ଟରନ୍ୟାସନଲ ସ୍କୁଲ ଏମିତି ଅନେକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଏଥିରେ ଭାଗ ନେଇଥିଲେ। ଅନୁସନ୍ଧାନ- ୩ରେ ବକ୍ତୃତା,ସାଧାରଣ ଜ୍ଞାନ, ରଚନା,କୁଇଜ୍,ନୃତ୍ୟ,ସଙ୍ଗୀତ, ଡ୍ରଇଂ ଏବଂ ଫ୍ୟାନ୍ସି ଡ୍ରେସ୍ ଭଳି ୮ଟି ପ୍ରତିଯୋଗିତାର ଆୟୋଜନ କରିଥିଲା ଇନ୍ଦ୍ରଧନୁ। ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସଦସ୍ୟ/ସଦସ୍ୟମାନେ ହେଲେ ଅନିତା, ସୁନନ୍ଦା, ସ୍ମିତା, ଦୁରନ୍ତିକା, ସ୍ଵାତୀ, ଭାଗ୍ୟଲିପି, ଚକ୍ରଧର, ସୌମ୍ୟ, ତାପସ, ଶୁଭଲକ୍ଷ୍ମୀ, ମନସ୍ଵିନୀ,ସଞ୍ଜୀବ ସାହୁ, ସଞ୍ଜୀବ ମିଶ୍ର, ସ୍ମିତିରୂପା, ସଂଘମିତ୍ରା, ରିତୁ, ସୁଜାତା, ସ୍ଵାତୀ ଦ୍ଵିବେଦୀ, ମମିତା, ନଳିନୀ, ତନୟା ଏବଂ ନିରୀକ୍ଷକ ଦାୟିତ୍ୱରେ ଥିବା ସଦସ୍ୟମାନେ ହେଲେ ମୋନାଲିସା, ଶ୍ରାବଣୀ, ଲକ୍ଷ୍ମୀପ୍ରିୟା, ସ୍ମୃତି ସୌମ୍ୟା, ପ୍ରଜ୍ଞା, ତାନ୍ୟା ତତ୍ ସହିତ ନୃତ୍ୟ ବିଚାରକ ଭାବେ ଶୁଭସ୍ମିତା ସାହୁ, ସାତୁମ ରେଡ୍ଡୀ, ୨୦୨୨ ରଜ କୁଇନ କେ. ତନିଷ୍କା ଏବଂ ସୁଦୂର ଭୁବନେଶ୍ୱରରୁ ଆସିଥିବା ଓଡ଼ିଶୀ ନୃତ୍ୟ ଗୁରୁ ତେଜସ୍ଵୀନି ପଲେଇ ତଥା ସଙ୍ଗୀତରେ ହର ହର ଶମ୍ଭୁର ଫେମ୍ ଜିତୁ ଶର୍ମା ଅତିଥି ବିଚାରକ ଭାବେ ଦାୟିତ୍ଵ ନିର୍ବାହ କରିଥିଲେ। ମଞ୍ଚ ପରିଚାଳନା ଦାୟିତ୍ୱରେ ଥିଲେ ଇନ୍ଦ୍ରଧନୁର ପ୍ରିନ୍ସିପାଲ୍ ଗୁରୁ ଶୁଭଶ୍ରୀ ପଟ୍ଟନାୟକ। ଉଦଯାପନୀ ସନ୍ଧ୍ୟାର ଅତିଥିଭାବେ ଇନ୍ଦ୍ରଧନୁ ଅନୁଷ୍ଠାନ ମାର୍ଗ ଦର୍ଶକ ମଣ୍ଡଳୀ ଅମ୍ବିକା ମହାପାତ୍ର ସିଂ, ଅଜୟ କୁମାର ଦାସ, ସୁଶାନ୍ତ କୁମାର ପାତ୍ର, ଅମିୟ ନାୟକ ଏବଂ ସମାଜସେବୀ ଅଜୟ କୁମାର ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ପରିଶେଷରେ ଉତ୍ସବର ସଫଳତା ପାଇଁ ଇନ୍ଦ୍ରଧନୁର ପ୍ରତିଷ୍ଠାତା ଇଂ ପ୍ରିୟଦର୍ଶୀ ଆର ପଟ୍ଟନାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ ନିଜ ଜିଲ୍ଲାର ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣିବାର ଏହା ଏକ ଅଭିନବ ପ୍ରୟାସ ତଥା ଜିଲ୍ଲାର ଛାତ୍ର ଛାତ୍ରୀମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତାମୂଳକ ମନୋଭାବ ଜାଗ୍ରତ କରେଇ ତାଙ୍କୁ ଏକ ଉଚିତ ମଞ୍ଚ ଦେଇ ତାଙ୍କୁ ରାଜ୍ୟ ଏବଂ ଜାତୀୟ ସ୍ତରରେ ତିଆରି କରିବାପାଇଁ ଇନ୍ଦ୍ରଧନୁ ସବୁବେଳେ ପ୍ରଚେଷ୍ଟା ଜାରି ରଖିଛି। ଶ୍ରୀ ପଟ୍ଟନାୟକ ସମସ୍ତ ଅଭିଭାବକ, ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ନିଜ ଅନୁଷ୍ଠାନର ସଦସ୍ୟ/ସଦସ୍ୟା ମାନଙ୍କୁ ଧନ୍ୟବାଦ ଜଣେଇଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post