ସହର ଉପକଣ୍ଠ ଶ୍ରୀମାଁ ନଗରରେ ହତ୍ୟାକାଣ୍ଡ।

4

ମା ମୃତ ଗୁରୁତର ଝିଅ ଡାକ୍ତରଖାନାରେ ଭର୍ତ୍ତି।

 ବ୍ରହ୍ମପୁର/କୈଳାଶ ଚନ୍ଦ୍ର ଚୌଧୁରୀ: ବ୍ରହ୍ମପୁର ପୋଲିସ ଜିଲ୍ଲା ନିମଖଣ୍ଡି ଥାନା ଅର୍ନ୍ତଗତ ଲୋଚାପଡା ଶ୍ରୀମାଁ ନଗରେ ଆଜି ସକାଳୁ ଗାୟତ୍ରୀ ସ୍ବାଇଁ ନାମ୍ନୀ ଜଣେ ମହିଳା ଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ବେଳେ ୧୨ ବର୍ଷର ନାବାଳିକା ଝିଅ ନୀଲମ୍ ସ୍ବାଇଁ କୁ ମାରଣାନ୍ତକ ଆକ୍ରମଣ ହୋଇଛି। ସେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛି। ମୃତ ମହିଳାଙ୍କ ଭାଇ ଚିତ୍ରସେନ ସ୍ବାଇଁ ଠାରୁ ଖବର ପାଇ ଥାନା ପୋଲିସ୍, ବ୍ରହ୍ମପୁର ଏସ୍ ପି ଡଃ ସର୍ବଣ ବିବେକ ଏମ୍ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ନାବାଳିକା କୁ ଡାକ୍ତରଖାନା ପଠାଇ ଛାନବିନ୍ ଆରମ୍ଭ କରିଛନ୍ତି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଗତ ୩ ତାରିଖ ଦିନ ଠାରୁ ମୃତ ମହିଳା ଏହି ଘରେ ଭଡ଼ାରେ ରହୁଥିଲେ। ଆଜି ସକାଳୁ ବହୁତ ସମୟ ଘର ବାହାରେ ତାଲା ପଡିଥିବାରୁ ଘର ମାଲିକ ମହିଳାଙ୍କ ସ୍ବାମୀଙ୍କୁ ଫୋନ କରିଥିଲେ ଓ ସେ ବାହାରେ ରହୁଥିବାରୁ ତାଙ୍କ ଶଳାକୁ ଜଣାଇଥିଲେ।ଶଳା ଚିତ୍ରସେନ ଆସି ଘଟଣାସ୍ଥଳରେ ପହଞ୍ଚି ଦେଖି ପୋଲିସ କୁ ଜଣାଇଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଭଳି ଜଘନ୍ୟ ହତ୍ୟାକାଣ୍ଡ ର କାରଣ ଜଣାପଡି ନାହିଁ। ବ୍ରହ୍ମପୁର ଏସ୍ ପି ଦୃଢ଼ ପଦକ୍ଷେପ ସ୍ୱରୂପ ସ୍ବତନ୍ତ୍ର ଅନୁଧ୍ୟାନ ଚଳାଇଛନ୍ତି।

Leave A Reply

Your email address will not be published.