ଓଡଗାଁ,୧୦।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା, ନୂଆଗାଁ ବ୍ଳକ ବାହାଡାଝୋଲା କଷ୍ଟିଡାକୁଆ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଲା। ହେଲେ ଆନୁଷ୍ଠାନିକ ଭାବେ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଫଳରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରୁ ପ୍ରତିଦିନ ଆସୁଥିବା ବହୁ ସଂଖ୍ୟାରେ ରୋଗୀମାନଙ୍କୁ ଔଷଧ ଟିକେ ଦେଇ ଫେରାଇ ଦିଆଯାଉଥିବା ବେଳେ ଗୁରୁତର ମାନଙ୍କୁ ଓଡ଼ଗାଁ କିମ୍ବା ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଉଛି।କାରଣ ବିପଦପୂର୍ଣ୍ଣ ପୂରୁଣାଘର ଛାତରୁ କଂକ୍ରିଟ ଛେଲା ଖସି ପଡୁଥିବା ଯୋଗୁଁ ରୋଗୀଙ୍କୁ ରଖି ଚିକିତ୍ସା କରିବା ସମ୍ଭବ ହୋଇପାରୁ ନାହିଁ।ସ୍ବାଧିନତା ସଂଗ୍ରାମୀ କଷ୍ଟିଡାକୁଆଙ୍କ ନାମରେ ନାମିତ ଏହି ପୁରୁଣା ସ୍ବାସ୍ଥ୍ୟ କେନ୍ଦ୍ରରେ କେବେବି ଜଣେ ସ୍ଥାୟୀ ଡାକ୍ତର ରହି ନାହାନ୍ତି।ଏବେ ଜଣେ ଆୟୁଷ ଡାକ୍ତରଙ୍କ ଦ୍ବାରା ଡାକ୍ତର ଖାନା ଚାଲିଥିବା ବେଳେ ସପ୍ତାହରେ ୩ ଦିନ ଜଣେ ଏମବିଵିଏସ୍ ଡାକ୍ତର ଆସନ୍ତି।ସେ ପୁଣି ପାଳିରେ ଅନ୍ୟ କାମ ପଡ଼ିଲେ ଆସନ୍ତି ନାହିଁ।ପଛୁଆ ଅଞ୍ଚଳ ହୋଇଥିବା ଯୋଗୁଁ ଏଥି ପ୍ରତି ପ୍ରଶାସନ ହେଉ ଅଥବା ରାଜନେତା ଦୃଷ୍ଟି ଦିଅନ୍ତି ନାହିଁ। ନହେଲେ ୧ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟରେ ନୂତନ ଗୃହ ନିର୍ମାଣ କାର୍ଯ୍ୟ ସରିଯାଇଥିଲେ ମଧ୍ୟ ଅବ୍ୟବହୃତ ହୋଇ ପଡ଼ି ନଥାନ୍ତା। ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଏବଂ ପ୍ରଶାସନର ଅସହଯୋଗ ଅଥବା ଅବହେଳା ଯୋଗୁଁ ଆଉ କେତେ କାଳ ସ୍ଥାନୀୟ ଅଞ୍ଚଳବାସୀ ଅବହେଳିତ ହୋଇ ରହିବେ।ନୂତନ କୋଠା ନିର୍ମାଣ ପାଇଁ ୨ବର୍ଷରୁ ଅଧିକ ସମୟ ଲାଗିଲା। କିନ୍ତୁ ଏହାର କାର୍ଯ୍ୟ କାରିତା ସମୟ କେବେ ଆସିବ ତାହା ସମୟ ହିଁ କହିବ।ସୂଚନା ଥାଉକି ୨୯.୦୫.୨୦୨୩ ରେ ବିଧାୟକ ଏବଂ ସାଂସଦଙ୍କ ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ ହେଇଥିଲା। କିନ୍ତୁ ୨୦୨୫ ଅଗଷ୍ଟ ମାସ ସୁଦ୍ଧା ବ୍ୟବହୃତ ହୋଇପାରିଲା ନାହିଁ।
Sign in
Sign in
Recover your password.
A password will be e-mailed to you.