ଜଗତସିଂହପୁର: ସମ୍ମାନ ଓ ସମୃଦ୍ଧିର ନାଁ ସୁଭଦ୍ରା ଯୋଜନା। ଏହି ଯୋଜନାର ସଫଳତା ମା’ ମାନଙ୍କ ମଧ୍ୟରେ ନୂଆ ଆତ୍ମବିଶ୍ୱାସ ରହିଛି। ସୁଭଦ୍ରା ଯୋଜନାକୁ ଆହୁରି ତ୍ୱରାନ୍ୱିତ କରି ମା’ ଓ ଭଉଣୀ ମାନଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ପବିତ୍ର ରାକ୍ଷୀ ପୁର୍ଣିମା ଅବସରରେ କୋରାପୁଟ ଜିଲ୍ଲାର ଜୟପୁର ଠାରେ ୩ୟ କିସ୍ତି ସୁଭଦ୍ରା ସହାୟତା ପ୍ରଦାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜଗତସିଂହପୁର ଜିଲ୍ଲା ରେ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଆୟୋଜିତ ସିଧାପ୍ରସାରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସମସ୍ତଙ୍କୁ ବଳଭଦ୍ର ଜନ୍ମ ତଥା ରାକ୍ଷୀ ପୁର୍ଣିମା ଓ ସୁଭଦ୍ରା ଯୋଜନା ତୃତୀୟ କିସ୍ତି ପ୍ରଦାନର ଶୁଭେଚ୍ଛା ଜଣାଇଥିଲେ। ବିକଶିତ ଭାରତର ଅର୍ଥ ହେଉଛି ଯୁବଶକ୍ତି ର ବିକାଶ, କୃଷକ ଭାଇ ତଥା ଅନ୍ନଦାତାଙ୍କ ବିକାଶ ସର୍ବୋପରି ନାରୀଶକ୍ତି ତଥା ମାତୃଶକ୍ତି ର ବିକାଶ। ମହିଳା ମାନଙ୍କର ଉନ୍ନତି ହେଲେ ଦେଶର ପ୍ରଗତି ହେବ। ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ମହିଳା ବିକାଶର ଅର୍ଥ ଦେଶର ବିକାଶ। ସୁଭଦ୍ରା ଯୋଜନା ରାଜ୍ୟସରକାର ଙ୍କ ଏକ ଅଭିନଵ ପ୍ରୟାସ। ପାଞ୍ଚହଜାର ଟଙ୍କା ପାଇ ଛୋଟ ଛୋଟ ବ୍ୟବସାୟ ମାଧ୍ୟମରେ ସଦବିନିଯୋଗ କରିପାରିଲେ ଜୀବନରେ ଉନ୍ନତି କରିପାରିବେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ, ଦକ୍ଷତା ବିକାଶ ଦିଗରେ ଜିଲ୍ଲା ରେ ନିଯୁକ୍ତି ସୃଷ୍ଟି କରିବା ଦିଗରେ ଗୁରୁତ୍ୱାରୋପ କରିଥିଲେ। ସରକାର ଙ୍କ ଉଦ୍ଦେଶ୍ୟ ଆପଣଙ୍କୁ ସାମର୍ଥ୍ୟ ଯୋଗାଇଦେବା। ତେଣୁ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସରକାର ଙ୍କ ଦ୍ଵାରା ପ୍ରଣୀତ ଯୋଜନା ର ଲାଭ ନେବାପାଇଁ ସେ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ କହିଲେ ସୁଭଦ୍ରା ଯୋଜନାରେ ମହିଳା ମାନଙ୍କୁ ପ୍ରୋତ୍ସାହନ ରାଶି ଯୋଗାଇଦିଆଯାଉଛି। ଏହାର ସଦବିନିଯୋଗରେ ଆପଣ ନିଜ ପାଇଁ ନିଜ ପରିବାର ପାଇଁ କିଛି କରିପାରିବେ। ଆମ ଜିଲ୍ଲାରେ ଅନେକ ସଫଳ କାହାଣୀ ରହିଛି। ମହିଳା ମାନଙ୍କ ଭିତରେ ଥିବା ପ୍ରତିଭା କୁ ଚିହ୍ନଟ କରି ତାଙ୍କୁ ପ୍ରଶିକ୍ଷିତ କରି ଆଗକୁ ନେବା ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ। ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଜିଲ୍ଲାରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ କହିବା ସହ ସମସ୍ତେ ସୁଭଦ୍ରା ଯୋଜନାରେ ପାଇଥିବା ଟଙ୍କାକୁ ସଦୁପଯୋଗ କରି ବିକଶିତ ଓଡିଶା ଓ ବିକଶିତ ଭରତ ଗଠନରେ ଭାଗୀଦାରୀ ହେବା ପାଇଁ ଉତ୍ସାହିତ କରିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ରାଉତ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ ମଞ୍ଚାସୀନ ଥିଲେ। ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରଯାଇଥିଲା । ତିନିଜଣ ସୁଭଦ୍ରା ହିତାଧୀକାରୀ ଭଉଣୀ ନିଜ ସଫଳତା ର କାହାଣୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ବିଷ୍ଣୁ ପ୍ରିୟା ସେଠୀ ସ୍ବାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଜି ଜିଲ୍ଲାର ୨,୭୦,୪୧୮ ଜଣ ହିତାଧିକାରୀ ସୁଭଦ୍ରା ତୃତୀୟ କିସ୍ତି ର ଟଙ୍କା ନିଜ ବ୍ୟାଙ୍କ ଖାତାରେ ପାଇଛନ୍ତି। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ପୌର ନିର୍ବାହୀ ଅଧିକାରୀ, ଡି ପି ସି ମିଶନ ଶକ୍ତି,ସମାଜ ମଙ୍ଗଳ କାର୍ଯ୍ୟାଳୟ ର ଅଧିକାରୀ ଓ କର୍ମଚାରୀ,ବୁଦ୍ଧିଜୀବୀ,ଏସ.ଏଚ.ଜି ମହିଳା ମାନେ, ଅଙ୍ଗନୱାଡ଼ି କର୍ମୀ, ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.