ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପାଳନ କଲା ବିଶ୍ୱ ଆଦିବାସୀ ଦିବସ।

4

କେନ୍ଦୁଝର,ତା୯/୮- ଆଜି ଥିଲା ବିଶ୍ଵ ଆଦିବାସୀ ଦିବସ ଜନଜାତିଙ୍କ ଉନ୍ନତି ଲାଗି ଚିନ୍ତା କରିବାର ଏକ ବିଶେଷ ଦିନ। ସ୍ଥାନୀୟ ବଡ଼ହଳସ୍ଥିତ ଭୂୟାଁ ସାଂସ୍କୃତିକ ଭବନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ବୟୋଜ୍ୟଷ୍ଠ ଜନଜାତି ଆଦର୍ଶ ବ୍ୟକ୍ତିତ୍ୱ ଜନାର୍ଦ୍ଦନ ନାୟକଙ୍କ ସଭାପତିତ୍ୱରେ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲା। ପ୍ରଥମେ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ତାରିଣୀଙ୍କ ଫଟୋ ଚିତ୍ରରେ ପୁଷ୍ପ ଧୂପ ଦେଇସାରି ବିପ୍ଲବୀ ଧରଣୀଧର ଓ ସହିଦ ବିର୍ସା ମୁଣ୍ଡାଙ୍କ ଫଟୋରେ ଫୁଲ ମାଳ ଦିଆଯାଇ ସମ୍ମାନ କରାଯାଇଥିଲା। ଏହାପରେ ଆଦିବାସୀ ଦିବସର ତାତ୍ପର୍ଯ୍ୟ ଉପରେ ସଭାପତି ବିଷଦ ଆଲୋଚନା କରି ଦିବସର ତାତ୍ପର୍ଯ୍ୟ ବାଖ୍ୟା କରିଥିଲେ। ଏହି ସଭାରେ ଅନେକ ଜନଜାତି ସଦସ୍ୟ ଓ ନେତୃତ୍ୱ ଯୋଗ ଦେଇ ଆଲୋଚନା କରିଥିଲେ। ବକ୍ତା ଭାବେ ହରିଶଙ୍କର ନାୟକ, ଡକ୍ଟର ସୁବଳ ନାୟକ,ଅଧ୍ୟାପକ ରାମଚନ୍ଦ୍ର ଗଡ଼ମାଝୀ,ସଞ୍ଜୟ ଶେଖର ଗିରି,ଆଡ଼ଭୋକେଟ କମଳାକାନ୍ତ ସିଂହ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଜନଜାତି ନେତୃତ୍ୱ ପ୍ରାକ୍ତନ ତେଲକୋଇ ବିଧାୟକ ପ୍ରାଣବଲ୍ଲଭ ନାୟକ ଯୋଗ ଦେଇଥିଲେ। ବକ୍ତା ମାନେ ଆଜିର ବିଶ୍ୱ ଆଦିବାସୀ ଦିବସ ଉପରେ ଅନେକ ଉପାଦେୟ କଥା ବୁଝାଇ କହିଥିଲେ। ଆଜି ସଭାକୁ ଭୂୟାଁ ସାଂସ୍କୃତିକ ସମାଜର ସାଧାରଣ ସମ୍ପାଦକ ରାମଚନ୍ଦ୍ର ନାୟକ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚକ୍ରଧର ନାୟକ, ମନୋଜ ବଳିୟାର ସିଂହ,ଶ୍ରୀକାନ୍ତ ନାୟକ, ରଙ୍ଗାଧର ସିଂହ,ସମରା ଟୁଡୁ, ତ୍ରିଲୋଚନ ନାୟକ,ପ୍ରଶାନ୍ତ ନାୟକ, କାଙ୍ଗାଳି ଚରଣ ନାଏକ,ତମାଳ ନାଏକ,କୁଳମଣି ନାଏକ, ଦଶରଥ ନାଏକ,କୃଷ୍ଣଚନ୍ଦ୍ର ଦେହୁରୀ, ଅଭିରାମ ଦେହୁରୀ,ରାମଚନ୍ଦ୍ର ସିଂହ, ଗଣେଶ୍ୱର ମାଝୀ, ପ୍ରଶାନ୍ତ କୁମାର ନାଏକ,କିଶୋର ଚନ୍ଦ୍ର କଟେଇ,ରାମେଶ୍ୱର ମାଝୀ, ନରୋତ୍ତମ ନାଏକ,କଳ୍ପତରୁ କଟେଇ, ଲଷ୍ମୀଧର ନାଏକ,ଦୀପକ କୁମାର ପ୍ରଧାନ,ବଳରାମ ନାଏକ ଆଦି ଆଦିବାସୀ ନେତୃମଣ୍ଡଳୀ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ।

Leave A Reply

Your email address will not be published.