ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ।

4

କେନ୍ଦୁଝର,ତା୯/୮- ରକ୍ଷା ବନ୍ଧନ ଓଡ଼ିଶାର ଏକ ପ୍ରମୁଖ ଗଣପର୍ବ ଏହାକୁ ଆଜି କେନ୍ଦୁଝର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ତରଫରୁ ଖୁବ ଆଡମ୍ବର ସହକାରେ ପାଳନ କରାଯାଇଛି। ଆଜି କେନ୍ଦୁଝର ଗସ୍ତରେ ଆସିଥିବା ରାଜ୍ୟ ଗୃହ ନିର୍ମାଣ, ନଗର ଉନ୍ନୟନ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ବ୍ରହ୍ମାକୁମାରୀ ବିନ୍ଦୁ ଭଉଣୀ ରାକ୍ଷୀ ବାନ୍ଧିଥିଲେ। ସେହିପରି ଉପସ୍ଥିତ ଥିବା ପାଟଣା ବିଧାୟକ ଅଖିଳଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ, ଜିଲ୍ଲାପାଳ ବିଶାଳ ସିଂହ ତଥା ଅନ୍ୟାନ୍ୟ ଅଧିକାରୀଙ୍କୁ ମଧ୍ୟ ବ୍ରହ୍ମାକୁମାରୀ ଭଉଣୀ ମାନେ ରାକ୍ଷୀ ବାନ୍ଧିଥିଲେ। ବିଭିନ୍ନ ଅଫିସ, ବ୍ୟାଙ୍କ, ଜେଲ ପରିସରରେ ମଧ୍ୟ ବ୍ରହ୍ମକୁମାରୀ ଭଉଣୀ ମାନେ ଆଜି ଦିନରେ ରାକ୍ଷୀ ବାନ୍ଧି ଥିଲେ। ତେବେ ପୁରୁଣା ସହର ରାଜବାଟୀ ପାଖେ ଥିବା ସୁଖଶାନ୍ତି ସରୋବରରେ ଏକ ଭବ୍ୟ କାର୍ଯ୍ୟକ୍ରମ ହୋଉଥିଲା ଏଥିରେ ପ୍ରାୟ ୪୫୦ ଜଣ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବାଂଶପାଳ ତହସିଲଦାର ବିକାଶ କୁମାର ସାହୁ ଓ ଟାଉନ ଥାନା ଅଧିକାରୀ ଶ୍ରୀକାନ୍ତ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ସଭାକୁ ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିନ୍ଦୁ ଭଉଣୀ ପରିଚାଳନା କରିଥିଲେ ସମସ୍ତ ବ୍ରହ୍ମକୁମାରୀ ଭଉଣୀ ଓ ବ୍ରହ୍ମାକୁମାର ଭାଇ ମାନେ ସହଯୋଗ କରିଥିଲେ। ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ତଥା ଭାବ ରଖିବାକୁ ଆହ୍ୱାନ ଦିଆ ଯାଇଥିଲା। କିଛି ଗାଡ଼ି ଚାଳକଙ୍କୁ କିପରି ନିୟମ ମାନି ଗାଡ଼ି ଚଳାଇବ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମକୁମାରୀ ଭଉଣୀ ମାନେ ରାସ୍ତାରେ ପଥଚାରୀ ଓ ଗାଡ଼ି ଚାଳକଙ୍କୁ ରାକ୍ଷୀ ବାନ୍ଧି ସଡକ ସୁରକ୍ଷା ଉପରେ ସଚେତନ ବାର୍ତ୍ତା ଦେଇଥିଲେ। ଆଜି ଏହି ସମସ୍ତ କାର୍ଯ୍ୟକ୍ରମ ମୁଖ୍ୟ ସଂଚାଳିକା ବ୍ରହ୍ମକୁମାରୀ ବିନ୍ଦୁ ଭଉଣୀଙ୍କ ତତ୍ତ୍ଵାବଧାନରେ ସମ୍ପନ୍ନ ହୋଇଥିଲା। ସଂଚାଳିକା ବ୍ରହ୍ମକୁମାରୀ ପ୍ରତିଭା, ନାରଣପୁର ଉପ ସେବାକେନ୍ଦ୍ର ସଂଚାଳିକା ବ୍ରହ୍ମକୁମାରୀ ମିନତୀ,ବ୍ରହ୍ମକୁମାରୀ ମିକୁ, ବିନତା, ପ୍ରିୟଙ୍କା,ଶକୁନ୍ତଳା, ଟୁନି, ସରୋଜିନୀ,ସ୍ୱାତୀ ଓ ବ୍ରହ୍ମକୁମାର ଅକ୍ଷୟ,ସତ୍ୟ, ଘନଶ୍ୟାମ, ରଥ,ଲୋକନାଥ, ଝରିଲାଲ,ପୀତବାସ, ସୁମନ୍ତ, କ୍ଷୀରୋଦ,ବିଜୟ, କୃତିବାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.