ସୁବର୍ଣ୍ଣପୁର, ଶାସକ ପ୍ରସାଶକ (ପ୍ରକାଶ କୁମାର ହାତୀ)ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ଲୁଡୁକିବେଡା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ବୈଷ୍ଣବ ଗଡତିଆ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଉତ୍ସବ ରେ ବ୍ଲକ ଶିକ୍ଷାଧିକାରୀ ଗଣେଶ କିଷାନ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ହାଉସ ଡ୍ରେସ, ଟୋପି,ଜୋତା, ମୋଜା ଓ ପରିଚୟ ପତ୍ର ବିତରଣ କରିଥିଲେ। ପ୍ରତି ବୁଧବାର ଓ ଶନିବାର ହାଉସ ଡ୍ରେସ ପୋଷାକ ପିନ୍ଧିବା, ଅନ୍ୟ ଦିନ ଗୁଡିକରେ ବିଦ୍ୟାଳୟ ଗଣବେଶ ପିନ୍ଧିବା,ଜୋତା ମୋଜା ନିଶ୍ଚୟ ପିନ୍ଧି ବିଦ୍ୟାଳୟ କୁ ଆସିବାକୁ ଉତ୍ସାହିତ କରିଥିଲେ। ସିଆରସିସି ରମେଶ ଭୋଇ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରତିଦିନ ସଫାସୁତୁରା ହୋଇ ସ୍ୱଚ୍ଛ ପୋଷାକ ପିନ୍ଧିବା ଉତ୍ତମ ଛାତ୍ର ର କର୍ତ୍ତବ୍ୟ ବୋଲି କହିଥିଲେ। ଶିକ୍ଷକ ଚିତ୍ରସେନ ସାହୁ ଓ ବିଦ୍ୟାଳୟ ପରିଚାଳନା ସମିତି ସଭ୍ୟସଭ୍ୟା ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଶିଶିର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ଛିତକେଲ ବନ୍ଧଲୀ ପ୍ରାଥମିକ ବିଦ୍ୟାଳୟ ରେ ମଧ୍ୟ ପ୍ରଧାନଶିକ୍ଷକ ବ୍ୟାସଦେବ ଭୋଇ, ଶିକ୍ଷକ କୀର୍ତନ ପଣ୍ଡା,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଓ ସଭ୍ୟସଭ୍ୟା ଙ୍କ ତତ୍ୱାବଧାନ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post