ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟ ଗଜବନ୍ଧ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଡେଙ୍ଗୁ ନିରାକରଣ ମାସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜ୍ଞାନ ଶିକ୍ଷକ ଯୁଧିଷ୍ଠିର ରଣା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଡାକ୍ତର ସରିତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ଭେକ୍ଟର ବାହିତ ରୋଗ ଦାୟିତ୍ୱ ରେ ଥିବା ପ୍ରଦୀପ କୁମାର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର କାରଣ, ନିରାକରଣ ଏବଂ ସଚେତନତା ଉପରେ ସଚେତନ କରାଇଥିଲେ। ମ୍ୟାଲେରିଆ କିଟ ମାଧ୍ୟମରେ ସମସ୍ତ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା କରାଯାଇଥିଲା। ସିଏଚଓ ସନ୍ତୋଷିନୀ ସାହୁ, ସ୍ୱାସ୍ଥ୍ୟକର୍ମୀ ଶାନ୍ତିଲତା ବୁଡ଼େକ, ଏମଏଚୟୁ କର୍ମଚାରୀ ଓ ନିକଟସ୍ଥ ଗ୍ରାମ ର ଆଶାକର୍ମୀମାନେ ସହଯୋଗ କରିଥିଲେ। ଶେଷରେ ବିଏନଏଲଡବ୍ଲୁ ପ୍ରଭାସ ଚନ୍ଦ୍ର ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post