ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡ଼ ରୋଟାରୀ କ୍ଲବର ୩୬ ତମ ଅଧିଷ୍ଠାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ରୋଟାରିଆନ୍ ସନ୍ତୋଷ କୁମାର ଜେନା ଯୋଗ ଦେଇଥିଲେ। ନୟାଗଡ଼ ରୋଟାରୀ କ୍ଲବ ସଭାପତି ଶ୍ରୀକାନ୍ତ ଖଟେଇଙ୍କଠାରୁ ଚଳିତ ବର୍ଷର ସଭାପତି ବସିରନ ବିବି ଦାୟିତ୍ଵ ଗ୍ରହଣ କରିଥିଲେ। ସମ୍ପାଦକ ଭାବେ ଅବିନାଶ ସାହୁ ଦାୟିତ୍ଵ ଗ୍ରହଣ କରିଥିଲେ। ରୋଟାରୀଆନଙ୍କ ସହଯୋଗରେ ବିଗତ ବର୍ଷ ଅନେକ କାର୍ଯ୍ୟ ରୋଟାରୀ କ୍ଲବ ସମ୍ପାଦିତ ହୋଇଥିବା ଶ୍ରୀଯୁକ୍ତ ଖଟେଇ ବକ୍ତବ୍ୟ ରଖିଥିଲେ। ବିଗତ ବର୍ଷ ରୋଟରୀ କ୍ଲବ ତରଫରୁ କରାଯାଇଥିବା ସମାଜସେବା କାର୍ଯ୍ୟ ସମ୍ପର୍କରେ ସମ୍ପାଦକ ସୂଚନା ଦେଇଥିଲେ। ଚଳିତ ବର୍ଷର ସଭାପତି ତାଙ୍କ ବକ୍ତବ୍ୟରେ ରୋଟାରୀ ସେବାର ଅନ୍ୟତମ ନିଦର୍ଶନ ବୋଲି କହିଥିଲେ। ଟ୍ୟାଲେଣ୍ଟ, ଟାଇମ୍, ଟ୍ରେଜର ଥିବା ବ୍ୟକ୍ତି ସଫଳ ରୋଟାରିଆନ ହୋଇ ସମାଜ ସେବାରେ ନିଜକୁ ନିୟୋଜିତ କରିପାରେ ବୋଲି କହିଥିଲେ।
ନୟାଗଡ଼ ପ୍ରମୂଖ ସମସ୍ୟା ବାଲ୍ୟ ବିବାହକୁ ଦୂର କରିବା ଦିଗରେ ରୋଟାରୀ କ୍ଲବ ତରଫରୁ ସଚେତନ କରାଯିବ ବୋଲି ସୂଚନା ଦେଇଥିଲେ। ସମାଜସେବା କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ରହିଲେ, ସମାଜର ଉନ୍ନତି ହୁଅନ୍ତା ବୋଲି ନୟାଗଡ଼ ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ। ବରିଷ୍ଠ ରୋଟରିଆନ ପ୍ରସନ୍ନ ବସନ୍ତିଆ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର, କନ୍ଧମାଳ, ବାଲୁଗାଁ ରୋଟାରୀ କ୍ଲବ ସଦସ୍ୟ, ସାମ୍ବାଦିକ, ବୁଦ୍ଧିଜୀବି ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.