ବଲାଙ୍ଗିର:– ରାଜ୍ୟପାଳ ପଦବୀ ଏକ ସାମ୍ବିଧାନିକ ପଦବୀ । ଏହି ପଦବୀର ମର୍ଯ୍ୟାଦା, ଗାରିମା କ୍ଷୁର୍ଣ୍ଣ କତା ହେବା ନୁହେଁ କିନ୍ତୁ ନବ ନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ତାଙ୍କ ନାମ ଘୋଷଣା ହେବା ପରେ ଗଣମାଧ୍ୟମ କୁ ଦେଇଥିବା ପ୍ରତିକ୍ରିୟା ଅତି ନିନ୍ଦନୀୟ ଓ ଅସମ୍ବିଧାନିକ । ଗଣମାଧ୍ୟମରେ ଯାହା ଜଣା ପଡୁଛି ଯେ ସେ ଓଡିଶାକୁ ଆସି ଭାରତୀୟ ଜନତା ପାର୍ଟି ପାଇଁ ଭୋଟ ଯୋଗାଡ କରି ଦଳକୁ ଆହୁରି ବଳସାଳି କରିବେ ବୋଳି କହିଛନ୍ତି । ଏହା ରାଜ୍ୟପାଳ ଭଳିଆ ଏକ ସାମ୍ବିଧାନିକ ଗାରିମାମୟ ପଦବୀ ର ବ୍ୟକ୍ତି ଙ୍କ ମୁହଁ ରୁ ଏପରି ବକ୍ତବ୍ୟ ବାହାରିବା ସମ୍ବିଧାନ ବିରୋଧି ଅଟେ । ଏଣୁ ସେ ଏହି ପଦବୀ ପାଇଁ ଉପଯୁକ୍ତ ନୁହେଁ । ସେ ସମ୍ବିଧାନକୁ ସମ୍ମାନ ଜଣାଇ ନିଜ ପଦବୀରୁ ଇସ୍ତଫା ଦିଅନ୍ତୁ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟପାଳ ଙ୍କ ନିରପେକ୍ଷତାକୁ ନେଇ ଓଡିଶା ରାଜ୍ୟବାସୀ ଙ୍କ ମନରେ ଆଶଂକା ଦେଖା ଦେଲାଣି । ତାଙ୍କର ବକ୍ତବ୍ୟ ଲୋକଙ୍କ ସ୍ୱାର୍ଥ ବିରୋଧ ରେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଶ୍ରୀ ମିଶ୍ର ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଓଡିଶାର ପୂର୍ବତନ ରାଜ୍ୟପାଳ ଶ୍ରୀଗଣେଷିଲାଲ ଜଣେ ବାଗ୍ମି ପୂରୁଷ ଥିଲେ । ତାଙ୍କର ଅନେକ ବିଷୟରେ ପାଣ୍ଡିତ୍ୟ ଥିଲା । ତାଙ୍କର ନିରପେକ୍ଷତା ଓ ଶାସନ ପରିଚାଳନା ଦକ୍ଷତା ରାଜ୍ୟର ସମସ୍ତ ରାଜନୈତିକ ଦଳ, ଆବାଳ ବୃଦ୍ଧ ବନିତା ଙ୍କ ଆଗରେ ଗ୍ରହଣିୟ ଥିଲା । ତେଣୁ ବର୍ତ୍ତମାନର ରାଜ୍ୟପାଳ ତାଙ୍କ ଠାରୁ ବହୁତ କିଛି ଶିଖିବାର ଅଛି ବୋଲି ଶ୍ରୀ ମିଶ୍ର କହିଛନ୍ତି । ବର୍ତ୍ତମାନର ରାଜ୍ୟପାଳ ଦଳିଅ ଅଭିମୁଖ୍ୟକୁ ପରିହାର କରନ୍ତୁ ରାଜନୀତି ରୁ ଉର୍ଦ୍ଧ୍ୱରେ ରହନ୍ତୁ ଏବଂ ଲୋକଙ୍କ ସେବା କରନ୍ତୁ ଆଜି ଯଦି ଦଳିୟ କାମ କରିବାର ଅଛି ତେବେ ରାଜ୍ୟପାଳ ଭଳିଆ ଏକ ଗାରିମାମୟ ଏକ ପଦବି ରୁ ଇସ୍ତଫା ଦେଇ ଦଳିୟ ରାଜନୀତି କରନ୍ତୁ ବୋଲି ଶ୍ରୀ ମିଶ୍ର ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଛନ୍ତି ।
Sign in
Sign in
Recover your password.
A password will be e-mailed to you.