ପୁରୀରୁ ସଂସ୍କୃତ ବଞ୍ଚାଅ ଅଭିଯାନର ପଦଧ୍ୱନୀ

3

ପୁରୀ, ୩୧/୭: ସଂସ୍କୃତ ଆମ ଆଦ୍ୟ ଭାଷା । ଆଜିର ଆଧୁନିକ ଦୁନିଆରେ ସଂସ୍କୃତ ଭାଷା ଧିରେ ଧିରେ ଲୋପ ପାଇବାରେ ଲାଗିଛି । ଏ ନେଇ ଗୁରୁବାର ଅପରାହ୍ନ ୩ଟାରେ ପୁରୀରୁ ସଂସ୍କୃତ ଭାଷାକୁ ବଞ୍ଚାଇ ରଖିବା ପାଇଁ ଏକ ପଦଯାତ୍ରାର ଆରମ୍ଭ କରାଯାଇଛି । ପୁରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରୁ ନିଖିଳ ଓଡ଼ିଶା ସଂସ୍କୃତ ବିଦ୍ୟାର୍ଥୀ ମହାସଂଘ ପକ୍ଷରୁ “ସଂସ୍କୃତ ବଞ୍ଚାଅ ପଦଯାତ୍ରାର ଶୁଭାରମ୍ଭ ହୋଇରାଇଛି ।

ଏହି ପଦଯାତ୍ରାରେ ମହାସଂଘର ଆବାହକ ଦେବେନ୍ଦ୍ର ଆଚାର୍ଯ୍ୟ, ଯୁଗ୍ମ ଆବାହକ ସାଧୁ ଅରୂପାନନ୍ଦ, ସଂସ୍କୃତ ଭାଷା ପ୍ରତି ଶିକ୍ଷା ବ୍ୟବସ୍ଥାର ଉପେକ୍ଷା ଓ ଷଡ଼ଯନ୍ତ୍ର ବିଷୟରେ ଆଲୋକପାତ କରିଥିଲେ । ସ୍ୱେଛାସେବୀ ଓଁ ପ୍ରସାଦ ମହାନ୍ତି ସଂସ୍କୃତ କୁ ରାଷ୍ଟ୍ର ଭାଷା କରିବାକୁ ଦାବି କରିଥିଲେ। ସଂଯୋଜିକା ପ୍ରେରଣା ପ୍ରିୟାଂଶୀ ସ୍ୱାଇଁ ବାଲ୍ୟାବସ୍ଥାରୁ ସଂସ୍କୃତ ଅଧ୍ୟୟନର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ। ପଦଯାତ୍ରାରେ ସମିର ଶେଖର ସିଂହ, ବିଜୟ ସାସମଲ୍, ସୁରଜ କୁମୁରା, ଲଳିତ ଭୋଇ, ସ୍ନିଗ୍ଧା ସନ୍ଧ୍ୟା ଶତପଥୀ, ମଧୁସ୍ମିତା ପାତ୍ର, ସୁଶ୍ରୀ ଶ୍ରଦ୍ଧାଞ୍ଜଳି ସେଠୀ, ରଶ୍ମିପ୍ରଭା, ବିଶ୍ଵରୂପା ଆଦି ବିଦ୍ୟାର୍ଥୀ ଯୋଗ ଦେଇଥିଲେ ।
ଅଭିଯାନ ପରିଚାଳନା ତନୁଶ୍ରୀ ରାଉତ କରିଥିବା ଯେଉଁଠାରେ ଗଣମାଧ୍ୟମ ସଂଯୋଜକ କାମେଶ୍ୱର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କଲେ।

Leave A Reply

Your email address will not be published.