ଚଚରାଗୁଡ଼ା ଉଚ୍ଚ ବିଦ୍ୟାଳୟ ହେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

0 2

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )୨୩/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ଚଚରାଗୁଡ଼ା ଉଚ୍ଚ ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିମନ୍ତେ ସରକାର ଙ୍କ ଦ୍ଵାରା ପାରିତ ହୋଇଛି। ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉଦ୍ୟମକ୍ରମେ ରାଜ୍ୟର ୧୦୪ ଉଚ୍ଚ ବିଦ୍ୟାଳୟ ରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେବ। ସରକାର ଙ୍କ ତରଫରୁ ଏହା ମଞ୍ଜୁର ହୋଇଥିବା ବେଳେ ଡାବୁଗାଁ ବ୍ଲକ ରେ ବୋରିଗାଁ ପରେ ଚଚରାଗୁଡା ଉଚ୍ଚ ବିଦ୍ୟାଳୟରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ମାନ୍ୟତା ପାଇବ । ଆଦିବାସୀ ଅଧ୍ୟୁଷିତ ଚଚରାଗୁଡା ଅଞ୍ଚଳ ର ଛାତ୍ରଛାତ୍ରୀ ମାନେ ମେଟ୍ରିକ୍ ପାସ ପରେ ଉଚ୍ଚ ଶିକ୍ଷା ନିମନ୍ତେ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉପରେ ପ୍ରାୟତ ନିର୍ଭର କରୁଥିବା ବେଳେ ଗାଁ ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ହେବା ଫଳରେ ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ ପାଠ ପଢ଼ି ପାରିବେ । ଏଥି ନିମନ୍ତେ ମାନ୍ୟବର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କୁ ଅଞ୍ଚଳବାସୀ ଙ୍କ ତରଫରୁ କୃତଜ୍ଞତା ଜଣା ଯାଇଥିବା ବେଳେ ଡାବୁଗାଁ ବିଜେପି ଦଳ ର ଦିୱାନ ସିଂ, ଶୁଭଜିତ ପାଣିଗ୍ରାହୀ, ଜେ ରାଜ ଶେଖର ରାଓ, ପିଣ୍ଟୁ ଅଗ୍ରୱାଲ ,ମନୋଜ ପାତ୍ର,ଜଗଦୀଶ ଭତରା, ଜି ସତ୍ୟା ରାଓ,ନରେଶ ସିଂ,ଜି କିରଣ କୁମାର, ନରୁ ସିଂ , ପାପିନି ମୁନି, ସହ ଅନ୍ୟମାନେ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave A Reply

Your email address will not be published.