ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗର ଠାରେ ପ୍ରାୟ ୪ ଏକର ପରିମିତ ଜମିରେ ୫ କୋଟି ୨୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଗ୍ରାମ ନ୍ୟାୟାଳୟ ତଥା ଜେଏମଏଫସି କୋର୍ଟର ନୂତନ ବିଲ୍ଡିଙ୍ଗ ଆଜି ମଙ୍ଗଳବାର ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନଙ୍କ ଦ୍ଵାରା ଭର୍ଚୁଆଲ ମୋଡରେ ଉଦଘାଟିତ ହୋଇଯାଇଛି।
ଏହି ସମୟରେ ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା ଏବଂ କାଶୀନଗର କୋର୍ଟର ଗ୍ରାମ ନ୍ୟାୟାଳୟ ମାଜିଷ୍ଟ୍ରେଟ ତଥା ଜେଏମଏଫସି ମୋନାଲି ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ନିକଟ ଭବିଷ୍ୟତରେ ଅନ୍ୟ ଏକ କୋର୍ଟ ଏଠାରେ କାର୍ଯ୍ୟକ୍ଷମ ହେବା ଲକ୍ଷ୍ୟ ଉଦ୍ଦେଶ ରଖି ଏହାର ନିର୍ମାଣ ହୋଇଥିବା ଜଣାଯାଇଛି।
ମୋଟ ୩ , ୭୭୫ ଏକର ଏରିଆ ବିଶିଷ୍ଟ ଏହି ଜମିରେ ମୋଟ ୫ କୋଟି ୨୮ଲକ୍ଷ ୯୬ ହଜାର ଟଙ୍କା ବ୍ୟୟରେ ନିର୍ମିତ ଏହି ନୂତନ କୋଠାରେ ସମସ୍ତ ବ୍ୟବସ୍ଥାର ଭିତ୍ତିଭୂମି ଠିକଠାକ ରହିଥିବା ଜଣାଯାଇଛି। ଯାହାକି , ଏଠାରେ ଇ-ଲାଇବ୍ରେରୀ , ଇ-ସେବା , ବାର ହାଉସ ଜନସାଧାରଣଙ୍କ ପାଇଁ ବିଶେଷ ସୁବିଧା ପ୍ରଭୃତିର ବ୍ୟବସ୍ଥା ରହିଛି।
ଏ ସମ୍ପର୍କରେ ଜିଲ୍ଲା ବାର ସଂଙ୍ଘ ସମ୍ପାଦକ ଶ୍ରୀ ଏମ: ଏମ୍.ପୃଥିବୀ ରାଜ କହିଛନ୍ତି ଯେ , ଉତ୍ତମ ପରିବେଶ ମଧ୍ୟରେ ଏହି ଗ୍ରାମ ନ୍ୟାୟାଳୟର ନୂତନ କୋଠା ନିର୍ମାଣ ହୋଇଛି। ସମସ୍ତ ଭିତ୍ତିଭୂମି ଥାଇ ଏହି କୋର୍ଟ କୋଠା ନିର୍ମାଣ କରାଯାଇଛି। ବିଭିନ୍ନ କ୍ଷେତ୍ରରେ ଏବଂ ବିଭିନ୍ନ ମକଦ୍ଦମା ପାଇଁ ଆସୁଥିବା ଲୋକେ ଏହା ଦ୍ବାରା ବେଶ ଉପକୃତ ହୋଇପାରିବେ। ତ୍ୱରିତ ସେବା ପାଇବାରେ ସହାୟକ ହେବେ।
ଆଜିର ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଦୌରାଜଜ୍ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି , ରେଜିଷ୍ଟ୍ରାର ଶ୍ରୀ ପ୍ରସନ୍ନ କୁମାର ବେହେରା , କାଶୀନଗର କୋର୍ଟର ଗ୍ରାମ ନ୍ୟାୟାଳୟ ଅଧିକାରୀ ତଥା ଜେଏମଏଫସି ଶ୍ରୀମତୀ ମୋନାଲି ବେହେରା , ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀ , ଜିଲ୍ଲା ବାର ସଂଘ ସଭାପତି ଶ୍ରୀ ଜିତେନ୍ଦ୍ର କୁମାର ପଟ୍ଟନାୟକ , ସମ୍ପାଦକ ଶ୍ରୀ ଏମ୍. ପୃଥିବୀରାଜ , ଜିଲ୍ଲା କୋର୍ଟ ଓ କାଶୀନଗର କୋର୍ଟର ଓକିଲ ଗଣ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.