ଚାଷୀଙ୍କ ଧାନ ବିକ୍ରି ପଞ୍ଜିକରଣ ସମସ୍ୟା କୁ ନେଇ ଚାଷୀଙ୍କ ଦାବି ପତ୍ର ପ୍ରଦାନ

0 1

ବିଜେପୁର:-ବରଗଡ ଜିଲ୍ଲା ବିଜେପୁର ବ୍ଲକ କୃଷକ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଚାଷୀ ଆଜିକାର ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳେ। ବର୍ତ୍ତମାନ ଧାନ ବିକ୍ରୀ ପଞ୍ଜିକରଣକୁ ନେଇ ସୃଷ୍ଟି କରିଥିବା ଆଇନ କୃଷକଙ୍କ ମୁହଁର ଚେନାଏ ହସ କୁ ଉଭେଇ ଦେଇଛି। ରେକର୍ଡଧାରୀଙ୍କ ମୃତ୍ୟୁ ହୋଇଥିଲେ ବଂଶୀୟ ଚାଷୀ ଙ୍କ ଧାନ ବିକ୍ରୀ ପଞ୍ଜିକରଣ ଏକ ସମ୍ପୁର୍ଣ୍ଣ ଚାଷୀ ବିରୋଧୀ ଅଟେ। ଚଳିତ ବର୍ଷ କୃଷକ ନୂତନ ଭାବରେ ଧାନ ବିକ୍ରୀ ପାଇଁ ପଞ୍ଜୀକୃତ ହେବେ ଯାହାର ନାମରେ ଜମି ଥିବ ସେହି ଚାଷୀ ଠିକ୍ ଭାବେ ପଞ୍ଜୀକୃତ ହୋଇ ପାରୁଥିବା ବେଳେ ରେକର୍ଡ ଧରୀ ଙ୍କ ମୃତ୍ୟୁ ହୋଇଯାଇଥିଲେ ଧାନ ବିକ୍ରୀ ପଞ୍ଜିକରଣ ପାଇଁ ଅନେକ ସମସ୍ୟା ଦେଖା ଦେଇଛି। ପ୍ରଥମେ ଯୌଥ ଜମିପଟ୍ଟା କାରଣରୁ ଅନେକ ଦାବିଦାର ବାହାରିବେ। ରେକର୍ଡ ଧାରୀଙ୍କ ସମସ୍ତ ବଂଶୀୟ ପୁଅ ଝିଅ ବା ବଂଶନୁକ୍ରମିକ ଭାବେ ସମାନ ଭାବରେ ଜମି ମାଲିକାନା ସ୍ୱତ୍ୱ ପାଇବେ ଫଳରେ ଯିଏ ଜମି ଚାଷ କରୁଥିବ। ସେହି ସମସ୍ତ ବଂଶାନୁ କ୍ରମିକ ସତ୍ଵଧରି ମାନଙ୍କ ଲିଖିତ ସହମତି ଦେବାକୁ ପଡ଼ିବ। ଗୋଟିଏ ମାସ ଅବଧି ମଧ୍ୟରେ ଚାଷବାସ କରିବ ନା ସତ୍ଵଧାରୀଙ୍କ ସହମତି ସଂଗ୍ରହ କରିବ ତାକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ। ସହମତି ଆଣି ନପାରିଲେ ଧାନ ବିକ୍ରୀ ପାଇଁ ପଞ୍ଜିକରଣ ହୋଇ ପାରିବ ନାହିଁ । ଏହା କି ପ୍ରକାର ଆଇନ ତାକୁ ନେଇ ଚାଷୀ କୂଳରେ ଚର୍ଚ୍ଚା ଜୋର ଧରିଛି। ଏହା ଦ୍ବାରା କୃଷି ଅର୍ଥନୀତି ଏବଂ କୃଷକ ସମାଜ ଉପରେ ଗଭୀର ପ୍ରଭାବ ପଡିବା କୃଷକ ସରକାରୀ ସଂସ୍ଥା କୁ ଧାନବିକ୍ରୀ କରି ନପାରି ଦଲାଲ ମାନଙ୍କୁ ଶସ୍ତା ରେ ଧାନ ବିକ୍ରୀ କରିବାକୁ ବାଧ୍ୟ ହେବେ । ଏହାକୁ ନେଇ କୃଷକ ସଂଗଠନ ବିଜେପୁର ସଭାପତି ସୁବାସ ପଧାନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ବିଜେପୁର ତହସିଦାର ଶ୍ରୀଯୁକ୍ତ ମୁକ୍ତେଶ୍ଵର ପାଣିଗ୍ରାହୀଙ୍କ କାର୍ଯ୍ୟାଳୟରେ ସାକ୍ଷାତକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତତ୍ ସାଙ୍ଗକୁ ଏହାର ଏକକିତା ନକଲ କୃଷି ମନ୍ତ୍ରୀ, ଯୋଗାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ ଏବଂ ଜିଲ୍ଲାପାଳ ବରଗଡଙ୍କୁ ପ୍ରଦାନ କରାଯାଇଛି ବୋଲି ସଂଗଠନର ସମ୍ପାଦକ ସାମନ୍ତ ସାହୁ ଜଣାଇଛନ୍ତି।

Leave A Reply

Your email address will not be published.