ବଲାଙ୍ଗିର:- ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲାପଡାରେ ଅଧ୍ୟକ୍ଷ ଶ୍ରୀମାନ ସୁରେଶ ଚନ୍ଦ୍ର ମେହେରଙ୍କ ସଭାପତିତ୍ୱରେ ଯୌନ ଉତ୍ପୀଡନ ର ଶିକାର ହେଉଥିବା ମହିଳା କର୍ମଚାରୀ ଓ ଛାତ୍ରୀ ମାନଙ୍କ ଉପରେ ଏକ କର୍ମଶାଳା ଆଜି ଆୟୋଜିତ ହୋଇଯାଇଛି। ଏହି ସଭାରେ ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ନିଲିମା ପଣ୍ଡା, ଶ୍ରୀମତୀ ଗାୟିତ୍ରି ମିଶ୍ର, ଡ଼ଃ. ସୁମିତ୍ରା ନିଆଲ, ଆଇକିଉଏସି ସଂଯୋଜକ ମନୋଜ କୁମାର ମହାକୁଡ଼ ପ୍ରଭୃତି ନିଜ ନିଜ ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ଛାତ୍ରୀ ମାନେ ନିଜକୁ ସୁରକ୍ଷିତ ଭାବେ ରଖି ଏକ ଶୈଖିକ ବାତାବରଣ ମଧ୍ୟରେ ଆଗକୁ ବଢ଼ିବାରେ ଉପଦେଶ ଦିଆଯାଇଥିଲା । ସମଗ୍ର କାର୍ଯ୍ୟକ୍ରମକୁ ଅଧ୍ୟାପକ ସୁଦାମ ଚନ୍ଦ୍ର ମହାପାତ୍ର ପରିଚାଳନା କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଅଧ୍ୟାପକ ଅମିୟ କୁମାର ବାବୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଉକ୍ତ କର୍ମଶାଳାରେ ପ୍ରାୟ 300 ସହ ରୁ ଉର୍ଦ୍ଧ୍ବ ଛାତ୍ରୀ ଉପସ୍ଥିତ ଥିବା ସହ ସମସ୍ତ କର୍ମଚାରୀ ଯୋଗଦେଇଥିଲେ।
Sign in
Sign in
Recover your password.
A password will be e-mailed to you.