ଦମକଳ ଗାଡି ଧକ୍କାରେ କଲେଜ ଛାତ୍ର ମୃତ; ତୁଳସୀଚଉରା ଛକରେ ରାସ୍ତାରୋକ

0

ପୁରୀ,୨୧/୭ (ଅନିମେଶପଟ୍ଟନାୟକ): ସୋମବାର ମଧ୍ଯାହ୍ନରେ ପୁରୀ-ଭୁବନେଶ୍ଵର ଜାତୀୟ ରାଜପଥ ତୁଳସୀଚଉରା ନିକଟରେ ଦମକଳ ଗାଡି ଧକ୍କାରେ ଜଣେ କଲେଜ ଛାତ୍ର ମୃତ୍ଯୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ଚନ୍ଦନପୁର ଥାନା ବୀରକିଶୋରପୁର ତୁଣ୍ଡି ସାହିର ସ୍ବଂୟ ଶୁଭମ ସେନାପତି (୨୨) । ସେ ପୁରୀ ଏସସିଏସ କଲେଜର ଯୁକ୍ତ ତିନି ବିଜ୍ଞାନର ଶେଷ ବର୍ଷ ଛାତ୍ର ଥିଲେ । କଲେଜରୁ କ୍ଲାସ ସାରି ଗ୍ରାମକୁ ମଟରସାଇକେଲରେ ଫେରୁଥିବା ବେଳେ ତୁଳସୀଚଉରା ଛକରେ ରଙ୍ଗ ରୁଟରେ ଆସୁଥିବା ଦମକଳ ଗାଡି ଧକ୍କା ଦେଇଥିଲା । ମଟରସାଇକେଲରୁ ଛିଟିକି ପଡି ମୁଣ୍ଡ ଫାଟି ଯାଇଥିଲା । ସେଠାରେ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସ୍ଥାନୀୟ ଲୋକ ଉଦ୍ଧାର କରି ହାଇୱେ ପେଟ୍ରୋଲିଂ ଗାଡିରେ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ସେଠାରେ ଚିକିତ୍ସାକରି ମୃତ ଘୋଷଣା କରିଥିଲେ । ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ତାଙ୍କର ବାପା ବ୍ରେନ ଷ୍ଟ୍ରୋକରେ ପୀଡିତ ଥିବାବେଳେ ଶୁଭମ ଏକମାତ୍ର ପୁତ୍ର ଥିଲା । ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଥିବା ବେଳେ କଲେଜ ଛାତ୍ରମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ । ଶୁଭମ ର ମାଆ ପହଞ୍ଚିବାରୁ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ପୂର୍ବତନ ଛାତ୍ର ସଭାପତି ଚେନ ମିଶ୍ର, ପୂର୍ବତନ ଛାତ୍ର କଂଗ୍ରେସ ଜିଲା ସଭାପତି ଆଶୁତୋଷ ମିଶ୍ର, ଛାତ୍ରନେତା ନାରାୟଣ ସିଂହ, ବିଶ୍ବରଂଜନ ମହାପାତ୍ର ଆଦି ଘଟଣାସ୍ଥଳ ରେ ପହଞ୍ଚି ମୁତକଙ୍କ ପରିବାରକୁ ସାନ୍ତ୍ୱନା ଦେବାସହ ୫୦ ହଜାର ଟଙ୍କା କ୍ଷତିପୂରଣ ଦାବୀରେ ଦୀର୍ଘ ଘଣ୍ଟା ଧରି ଧାରଣା ଦେଇଥିଲେ ।

Leave A Reply

Your email address will not be published.