ନୟାଗଡ଼ (ବିଶ୍ୱଜିତ ନାୟକ):- ଶ୍ରାବଣର ଦ୍ୱିତୀୟ ସୋମବାରରେ ଶରଣକୁଳ ଲଡ଼ୁବାବାଙ୍କ ପୀଠକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହାଜର କାଉଡିଆ ଜଳ ଢ଼ାଳିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ଅନ୍ୟ ସାତଜଣ ଆହତ ହୋଇ ବିଭିନ୍ନ ଡାକ୍ତର ଖାନରେ ଚିକିତ୍ସିତ ହେଉଛନ୍ତି । ଶରଣକୁଳ ଥାନା ଅନ୍ତର୍ଗତ କଲ୍ୟାଣପୁର ସ୍କୁଲ ନିକଟରେ ରବିବାର ଭୋର ପ୍ରାୟ ୩ଟା ସମୟରେ ସାତ ଜଣ କାଉଡିଆଙ୍କୁ ନେଇ ନୟାଗଡ଼ ପଟୁ ଆସୁଥିବା ଏକ ଅଟୋ ରିକ୍ସା ସହିତ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ମହିଳା କାଉଡିଆ ମୃତ୍ୟୁ ବରଣ କରିଛି । ମୃତ କାଉଡିଆ ହେଲେ ଶରଣକୁଳ ନିକଟସ୍ଥ କଟରାଝରି ଗ୍ରାମର ପୂଜା ସ୍ୱାଇଁ (୨୩) । ସେ କଣ୍ଟିଲୋ ମହାନଦୀରୁ ପାଣି ଆଣି ଲଡ଼ୁବାବାଙ୍କ ଉପରେ ଢ଼ାଳିବା ପାଇଁ ଶନିବାରଠାରୁ ଯାଇଥିଲେ । ପାଣି ଭାର ନେଇ ଆସୁଥିବା ବେଳେ କ୍ଲାନ୍ତ ହୋଇଯାଇଥିଲେ । ନୟାଗଡ଼ ପାଣିପୋଇଲାଠାରୁ ଅଟୋରେ ବସି ଅନ୍ୟ କାଉଡିଆଙ୍କ ସହିତ ଆସୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ସାତଜଣ ହେଲେ ଖୋର୍ଦ୍ଧା ସ୍ଵପ୍ନେଶ୍ଵରପୁର ଗ୍ରାମର ଗୀତାଞ୍ଜଳୀ ସୁନ୍ଦରାୟ, ବଡଦେଶ ହରିପୁର ଗ୍ରାମର ଝରଣା ପ୍ରଧାନ ଓ ଦୀପକ ପ୍ରଧାନ, କଟକଜିଲ୍ଲା ନରସିଂହପୁରର ରିଙ୍କି ଗୁରୁ, ମଗରବନ୍ଧ ପଞ୍ଚାୟତ ବିଟଳଗାଡ଼ିଆର ରମା ଦାସ, ସିଙ୍ଗାରପୁର ଗ୍ରାମର ସାହିଲ ପ୍ରଧାନ ଓ ନୟାଗଡ଼ ପାଣିପୋଇଲା ଗ୍ରାମର ଅଟୋ ଚାଳକ ଘନଶ୍ୟାମ ପଢ଼ିଆରୀ । ଖବରପାଇ ଘଟଣାସ୍ଥଳରେ ଶରଣକୁଳ ପୁଲିସ ପହଂଚି ଅଟୋ ଜବତ କରିବା ସହିତ ଆହତଙ୍କୁ ଚିକିତ୍ସା ପାଇଁ ପଠାଇଛି । ଦୁର୍ଘଟଣା ଘଟାଇଥିବା ପିକପ ଭ୍ୟାନଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ଦୁର୍ଘଟଣା ଘଟେଇଥିବା ପିକଅପ ଭ୍ୟାନକୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ।
Sign in
Sign in
Recover your password.
A password will be e-mailed to you.
Prev Post
Next Post