ଟ୍ରାକ୍ଟର ଓଲଟି ଯୁବକ ମୃତ

0

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୦/୦୭/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅନ୍ତର୍ଗତ ହୁଣ୍ଡାରଗୁଡା ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ଜଣେ ଯୁବକ ର ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ହୁଣ୍ଡାର ଗୁଡା ଗ୍ରାମ ର ରମେଶ ଓଡ (୨୦) । ଏ ନେଇ ମୃତ ଯୁବକ ର ବାପା ଦିନ ଓଡ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛନ୍ତି । ସୂଚନା ଅନୁଯାଇ ଗତ କାଲି ଶନିବାର ଅପରାହ୍ନ ୨ ଘଣ୍ଟ ସମୟରେ ଡାବୁଗାଁ ଥାନା ଶିଂସାରି ଫାଣ୍ଡି ଅନ୍ତର୍ଗତ ହୁଣ୍ଡାର ଗୁଡା ଗ୍ରାମ ର ରମେଶ ଓଡ ଏକ ଟ୍ରାକ୍ଟର ନମ୍ବର ( ଓଡି ୨୪ ଏଲ୍ ୬୩୮୦) ଯୋଗେ ଜମିରେ ହଳ କରିବାକୁ ଯାଇ ଟ୍ରାକ୍ଟର କୁ ହଣ୍ଡାର ଗୁଡା ଛକ ନିକଟ ଏକ ଜମିରେ ଧୋଇବାକୁ ନେଇଥିଲେ । ସେଠାରେ ଟ୍ରାକ୍ଟର ଧୋଇ ଘରକୁ ଫେରିବା ସମୟରେ କୌଣସି କାରଣରୁ ଟ୍ରାକ୍ଟର ଭାରସାମ୍ୟ ହରାଇ ଜମି ରେ ଓଲଟି ପଡିଥିଲା। ଏଥିରେ ଟ୍ରାକ୍ଟର ଚାଳକ ରମେଶ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ।ଟ୍ରାକ୍ଟର ଓଲଟି ପଡିବା ପରେ ସେଠାରେ ଜମି ରେ କାମ କରୁଥିବା ଓ ଆଖ ପାଖ ଲୋକଙ୍କ ଭିଡ ଜମିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ରମେଶ ଓଡ଼ ଙ୍କୁ ତୁରନ୍ତ ଉମରକୋଟ ସରକାରୀ ଡାକ୍ତରଖାନା ରେ ନେଇ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ରମେଶ ଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଯୁବକ ର ବାପା ଦିନ ଓଡ଼ ଡାବୁଗାଁ ଥାନାରେ ଏତଲା ଦେବାପରେ ପୁଲିସ ମୃତ ଦେହ ଜବତ କରି କେସ ନମ୍ବର ୧୫୫/୨୫ ରେ ମାମଲା ରୁଜୁ କରିଥିଲେ। ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା। ଡାବୁଗାଁ ଥାନା ଏଏସଆଇ ଚନ୍ଦ୍ର ଶେଖର ହଜାରୀ ଘଟଣା ର ତଦନ୍ତ କରୁଛନ୍ତି ।

Leave A Reply

Your email address will not be published.