ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟକ୍ରମ।

0

ବାସୁଦେବପୁର -ବାସୁଦେବପୁର ରେ ନୂତନ ରାସନ୍ କାର୍ଡ ବିତରଣ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ନୀଳମଣି ଟାଉନ ହଲ ପରିସରରେ ଏହି କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଥିଲା ବେଳେ ବିଭାଗୀୟ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ ହିତାଧିକାରୀ ଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ। ଏହି ଅବସର ରେ ସ୍ଥାନୀୟ ବିଧାୟକ ଅଶୋକ କୁମାର ଦାସ ମଧ୍ୟ ଉପସ୍ଥିତ ରହି ଥିବା ବେଳେ ସାଂସଦ ଙ୍କ ପ୍ରତିନିଧି ଭାବେ ଭଗବାନ ପଣ୍ଡା, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ ଓ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧ୍ୟ ଉପସ୍ଥିତ ରହି ଥିଲେ। ବ୍ଲକ୍ ଓ ପୌର ପରିଷଦ ର ବହୁ ନୂତନ ହିତାଧିକାରୀ ଙ୍କୁ ନୂତନ କାର୍ଡ ପ୍ରଦାନ କରିଥିଲେ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।

Leave A Reply

Your email address will not be published.