ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା

0

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଚଳିତ ବର୍ଷର ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ନାଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ କୁମାର ପ୍ରଧାନ, ଅନୁଷ୍ଠାନ ସମ୍ପାଦକ ପବିତ୍ର କୁମାର ସାହୁ, କୋଷାଧ୍ୟକ୍ଷ ସିଏଚ୍ ରବୀନ୍ଦ୍ର ନାଥ ସୁବୁଦ୍ଧି,ପରିଚାଳନା କମିଟି ସଦସ୍ୟା ସସ୍ମିତା ପାତ୍ର ପ୍ରମୁଖ ମଞ୍ଚାସୀନ ରହି ଶିଶୁ ବୈଜ୍ଞାନିକ ମାନଙ୍କୁ ଉତ୍ସାହିତ କରିଥିଲେ I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଆଦିତ୍ୟ ପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟୁତ୍ ଧାରାର ଚୁମ୍ବକୀୟ ପ୍ରଭାବ,ଜଳ ପ୍ରବନ୍ଧନ, ଶକ୍ତି ସଂରକ୍ଷଣ, କୃଷି, ସୌରଶକ୍ତି, ଖା୍ଦ୍ୟ ସଂରକ୍ଷଣ,ଜଳ ପ୍ରଦୂଷଣର ନିୟନ୍ତ୍ରଣ,ଆବର୍ଜନା ପ୍ରବନ୍ଧନ, ଜୀବାଶ୍ମ ଇନ୍ଧନ,ବଳର ପ୍ରକାର ଏବଂ ସମ୍ବେଦକ ସମ୍ପର୍କରେ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା I ବିଦ୍ୟାଳୟର ଶିଶୁ ବାଟିକା ଠାରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ୧୭୫ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ Iମାଲ ଗୌଡ଼,,ଭଜ ରାମ ସ୍ୱାଇଁ ,ପବିତ୍ର ମୋହନ ନାୟକ, ଅକ୍ଷୟ କୁମାର ଦାସ, ବିଜୟ କୁମାର ସ୍ୱାଇଁ,ବସନ୍ତ କୁମାର ଜେନା,ବିଜୟ ଲେଙ୍କା,ରମେଶ କୁମାର ପାତ୍ର ପ୍ରମୁଖ ବିଚାରକ ରୂପେ ଯୋଗ ଦେଇଥିଲେ I ଏଥିରେ ଶିଶୁମନ୍ଦିର ର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ l

Leave A Reply

Your email address will not be published.