ବାଣପୁର:(ସେକ କୌସର): ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସର୍ବେଶ୍ଵର ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ମାନଙ୍କ ଦ୍ଵାରା ଦ୍ଵିତୀୟ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଅଧ୍ୟାପକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟାପିକା ପ୍ରମୋଦିନୀ ସାମନ୍ତରାୟ, ଅଧ୍ୟାପିକା ସୁଚିତ୍ରା ଦାସ, ଅଧ୍ୟାପିକା କଲ୍ୟାଣୀ ବୈରୀଗଞ୍ଜନ, ଅଧ୍ୟାପିକା ରୋଜାଲିନ୍ ଦାସ, ଅଧ୍ୟାପିକା ସାଗରିକା ଦାସ, ମନସ୍ତତ୍ତ୍ୱ ଡେମୋନଷ୍ଟ୍ରେଟର ରବିନ୍ଦ୍ର କୁମାର ମାର୍ଥା, ଗୃହ ବିଜ୍ଞାନ ଡେମୋନଷ୍ଟ୍ରେଟର କସ୍ତୁରୀ ପଟ୍ଟନାୟକ, ଗ୍ରନ୍ଥାଗାରୀକ ଅକ୍ରୁର ପ୍ରଧାନ, କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ, କମ୍ପ୍ୟୁଟର ପ୍ରଶିକ୍ଷକ ଶିବ ଶଙ୍କର ପଣ୍ଡା, ଅଶୋକ କୁମାର୍ ସ୍ୱାଇଁ, ସିଦ୍ଧେଶ୍ୱର ନରେନ୍ଦ୍ର ସିଂହ, ପ୍ରଭାତ କୁମାର ବିଶ୍ୱାଳ, ମୃତ୍ୟୁଞ୍ଜୟ ମିସ୍ତ୍ରୀ, ରଜନୀକାନ୍ତ ମହାପାତ୍ର, ପ୍ରମିଳା ଜେନା, ସୁବାସ ବେହେରା ଏବଂ ଗାୟତ୍ରୀ ପରିବାର ସଦସ୍ୟ ମନୋଜ ପାତ୍ରଙ୍କ ସମେତ ବିଦ୍ୟାଳୟର ୫୦ ରୁ ଉର୍ଦ୍ଧ୍ବ ଛାତ୍ରୀ ବିଦ୍ୟାଳୟ ଖେଳପଡିଆର ଶୋଭା ବୃଦ୍ଧି ନିମନ୍ତେ ଚତୁଃପାର୍ଶ୍ଵରେ ୫୦ ରୁ ଅଧିକ ଓଲଟ ଦେବଦାରୁ ବୃକ୍ଷ ରୋପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବାଣପୁର -ବାଲୁଗାଁ ଅଞ୍ଚଳର ବିଭିନ୍ନ ସାମ୍ବାଦିକ ବଂଧୁ ମାନେ ମଧ୍ୟ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.