
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ) ,ଆସିକା ସାଂସଦ ଅନିତା ଶୁଭଦର୍ଶିନୀଙ୍କ ପ୍ରତିନିଧି ରୂପେ ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ୍ ପାଇଁ ବିଜେପି ରାଜ୍ୟ ପରିଷଦର ସଦସ୍ୟ ତଥା ଜିଲା ଉପସଭାପତି ରଞ୍ଜନ ରାଉତଙ୍କୁ ମନୋନୀତ କରାଯାଇଥିବା ବେଳେ ଏନ୍ଏସି ପାଇଁ ନାରାୟଣ ସାହୁଙ୍କୁ ମନୋନୀତ କରାଯାଇଛି I ସୋରଡା ବିଧାୟକ ନୀଳମଣି ବିଷୋୟୀଙ୍କ ସୁପାରିଶ୍ କ୍ରମେ ଉଭୟ ସାଂସଦ ପ୍ରତିନିଧିଙ୍କୁ ସାଂସଦ ଅନିତା ଶୁଭଦର୍ଶିନୀ ନିଯୁକ୍ତ କରିଛନ୍ତି I ସାଂସଦ ପ୍ରତିନିଧି ରୂପେ ଉଭୟ ରଞ୍ଜନ ଏବଂ ନାରାୟଣ ନିଯୁକ୍ତ ପାଇବା ପରେ ଆସିକା ସାଂସଦ ଅନିତା ଶୁଭଦର୍ଶିନୀ, ବିଧାୟକ ନୀଳମଣି ବିଷୋୟୀ ଏବଂ ସୋରଡା ନିର୍ବାଚନ ମଣ୍ଡଳୀ ଯୁବ ସଂଗଠକ ଜିତେନ୍ଦ୍ର ନାୟକଙ୍କୁ କୃତଜ୍ଞତା ଜଣାଇବା ସାହ ଆଗାମୀ ଦିନରେ ଦଳୀୟ ନୀତିକୁ ମାନି ଜନସାଧାରଣ ଙ୍କ ସେବା କରିବେ ବୋଲି ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.